ଛତ୍ରପୁର ଏନଏସି ରେ ଆରମ୍ଭ ହେଲା ଡିଜିଟାଲ ଡୋର ଟୁ ଡୋର ନମ୍ବରିଙ୍ଗ କାର୍ଯ୍ୟ

ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ଏନଏସିରେ ଆରମ୍ଭ ହୋଇଛି ଡିଜିଟାଲ ଡୋର ଟୁ ଡୋର ନମ୍ବରିଂ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏନଏସିର ପ୍ରତ୍ୟେକ ଘରକୁ ଏକ ୟୁନିକ ନମ୍ବର ଦିଆଯାଇଛି । ଗୁରୁବାର ଏନଏସିର ୮ ନମ୍ବର ୱାର୍ଡ ତଥା କୋର୍ଟ ଷ୍ଟେସନ ସାହି ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟ ଜିଆଇସି କନସୋର୍ଟିୟମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଏନଏସିର ମିଳିତ ଆନୁକୁଲ୍ୟ ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ଜିଆଇ କନସୋର୍ଟିୟମ୍ ର ପ୍ରୋଗ୍ରାମ କୋ ଅର୍ଡିନେଟର କହ୍ନେୟା କେଶରୀଙ୍କ ଉପସ୍ଥିତିରେ ଏନଏସିର ବହୁ କର୍ମଚାରୀ ମାନେ ଏଥିରେ ସାମିଲ୍ ହୋଇ ଘର ଗୁଡିକର ଡିଜିଟାଲ ନମ୍ବରିଙ୍କ କରିଛନ୍ତି । ପ୍ରାରମ୍ଭରେ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏକ ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମ ସମ୍ବଦ୍ଧୀୟ ସଚେତନ କରାଯିବା ପରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଏନଏସିର ଟ୍ୟାକ୍ସ କଲେକ୍ଟର ଏସ୍ ଦାଲେୟା ରେଡ୍ଡି, ଜି.ଜଗଦୀଶ, ଯୁଗଳ କିଶୋର ଦାଶ, ସିଏମଏମ ଶ୍ରୀମନ୍ତ କୁମାର ପାତ୍ର, ଏମଆଇଏସ, କୃଷ୍ଣ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଛତ୍ରପୁର ଏନଏସିର ସମସ୍ତ ଗଳିକନ୍ଦିରେ ଥିବା ଘର ଗୁଡିକର ଠିକଣା ଜାଣିବାରେ ଅତ୍ୟନ୍ତ ସହାୟକ ହେବ ଏବଂ ଏନଏସି ବାସିନ୍ଦା ମାନେ ଅନଲାଇନ ମାଧ୍ୟମରେ ଅଭିଯୋଗ କଲେ ଘର ନମ୍ବର ଦ୍ୱାରା ସମସ୍ୟାର ସମାଧାନ କରିବାରେ ସହାୟକ ହୋଇପାରିବ ବୋଲି ଛତ୍ରପୁର ଏନଏସି ପକ୍ଷରୁ ସୂଚନା ମିଳିଛି । ଆଜି ପ୍ରଥମ ଦିନରେ ୨୦ଟି ଘର ସର୍ଭେ କରାଯାଇ ନମ୍ବରିଙ୍ଗ କରାଯାଇଥିବା ଏନଏସିର ସିଏମଏମ ଶ୍ରୀମନ୍ତ ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ