ଛତ୍ରପୁର ଏନ୍ଏସିରେ ବିଜେଡିର ସଭ୍ୟ ସଂଗ୍ରହ ପ୍ରସ୍ତୁତି ବୈଠକ
ଛତ୍ରପୁର,: ସ୍ଥାନୀୟ ଲିସା ଗାଲେକ୍ସି ଠାରେ ବୁଧବାର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣ ବୈଠକ ଓ ସଭ୍ୟ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛତ୍ରପୁର ବିଜ୍ଞାପତି ଅଞ୍ଚଳ ପରିଷଦରେ କିପରି ଅଧିକରୁ ଅଧିକ ଭୋଟରଙ୍କୁ ବିଜେଡିର ପ୍ରାଥମିକ ସଭ୍ୟ ରୂପେ ସାମିଲ କରାଯିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ମହିଳା ଓ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା ନିମନ୍ତେ ରଣକୌଶଳ ପ୍ରସ୍ତୁତ କରାଯାଇଛି । ନବୀନ ବାବୁଙ୍କ ନିର୍ମଳ ଭାବମୂର୍ତ୍ତି ସମେତ ବିଜେଡି ସରକାରର ବିଭିନ୍ନ ଜନମଙ୍ଗଳ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇ ଦଳର ସଭ୍ୟ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ମଞ୍ଚାସୀନ ଥିବା ବେଳେ ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ରାଜେଶ କୁମାର ସାହୁ ଓ ପ୍ରମୋଦ କୁମାର ମହାନ୍ତି, ସରକାରୀ ଓକିଲ ମନୋଜ କୁମାର ପାଢୀ, ସୁରେଶ କୁମାର ପଣ୍ଡା, ରମେଶ ଚନ୍ଦ୍ର ଚୌଧୂରୀ, ଡମିନାଥ ସାହୁ ଓ କାଳି ପ୍ରସାଦ ଦାଶ, ଭୈରବ କୁମାର ପଟ୍ଟନାୟକ, ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ପ୍ରଫୁଲ କୁମାର ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ ଓ ଆୟୁବ ଖାନ୍. କେ.ଗଜଦୀଶ୍ ରାଓ, ଟି.ନାରାୟଣ ରେଡ୍ଡି, ସୁଧୀର କୁମାର ସାହୁ, ଉମାକାନ୍ତ ରେଡ୍ଡିଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।