ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ : ଶେଷ ଦିନରେ ୭ ଜଣଙ୍କ ନାମାଙ୍କନ ଦାଖଲ

ଛତ୍ରପୁର, (ପ୍ରଶାନ୍ତ ମହାରଣା): ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ମାର୍ଚ୍ଚ ୬ ଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିନରେ ୭ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୋମବାର ସଂଘର ସଭାପତି ପଦବୀ ପାଇଁ ବ୍ରଜ ମୋହନ ଆଚାର୍ଯ୍ୟ , ଉପସଭାପତି ପଦବୀ ପାଇଁ ଡମିନାଥ ସାହୁ ଓ ଚୈତନ୍ୟ ପ୍ରଧାନ, ସମ୍ପାଦକ ପଦବୀ ପାଇଁ ଏଲ. ଗୋପାଳ ରାଓ(ଗୋପି) ଓ ଏସ୍‌.ଶ୍ୟାମ କୁମାର ରାଓ, କୋଷାଧ୍ୟକ୍ଷ ପଦବୀ ପାଇଁ ଅଶୋକ କୁମାର ପଣ୍ଡା ଏବଂ ଲାଇବ୍ରେସରୀ ଓ ସେମିନାର ସମ୍ପାଦକ ପଦବୀ ପାଇଁ ଜିତୁନ୍ କୁମାର ପାଢି ନାମାଙ୍କନ ପତ୍ର ଦାଖଲ ନିର୍ବାଚନ ଅଧିକାରୀଙ୍କ ନିକଟରେ କରିଛନ୍ତି । ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଅଧିକାରୀ ସିଏଚ୍‌.ସୂର୍ଯ୍ୟନାରାୟଣ ରେଡ୍ଡୀ ଏବଂ ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ନିଯୁକ୍ତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ