ଛତ୍ରପୁର ଓକିଲ ସଂଘ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ସୂର୍ଯ୍ୟନାରାୟଣ ସାମନ୍ତରାୟ ନବନିର୍ବାଚିତ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସଂପାଦକ ଏଲ୍‌.ଗୋପାଲ ରାଓ,ଉପସଭାପତି ପ୍ରମୋଦ କୁମାର ପୁରୋହିତ, ଯୁଗ୍ମ ସଂପାଦକ ଟି.ମୋହନ . ସହ ସଂପାଦକ ଜିତୁନ କୁମାର ପାଢୀ. କୋଷାଧ୍ୟକ୍ଷ ଅନାମ ଚରଣ ପ୍ରଧାନ, ଲାଇବ୍ରେରୀ ସଂପାଦକ ମନୋଜ କୁମାର ବେହେରା(ସି) ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଶପଥ ପାଠ ଗ୍ରହଣ କରାଇଥିଲେ । ସଂଘର ନିର୍ବାଚନ ପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସିଏଚ୍‌.ସୂର୍ଯ୍ୟନାରାୟଣ ରେଡ୍ଡୀ, ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ଜିତେନ୍ଦ୍ର କୁମାର ମିଶ୍ର ସୁରୁଖୁରୁରେ ଦାୟିତ୍ୱ ପରିଚାଳନା କରିଥିବାରୁ ସଂଘର ସମସ୍ତ ସଦସ୍ୟାମାନେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ