ଛତ୍ରପୁର ଓକିଲ ସଂଘ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ସୂର୍ଯ୍ୟନାରାୟଣ ସାମନ୍ତରାୟ ନବନିର୍ବାଚିତ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ସୁରେଶ ପଟ୍ଟନାୟକ ,ଉପସଭାପତି ଚୈତନ୍ୟ ପ୍ରଧାନ , ଯୁଗ୍ମ ସଂପାଦକ ସମୀର କୁମାର ପାଣିଗ୍ରାହୀ . ସହ ସମ୍ପାଦକ ଜିତୁନ କୁମାର ପାଢ଼ୀ . କୋଷାଧ୍ୟକ୍ଷ ସଞ୍ଜୟ କୁମାର ବେହେରା , ଲାଇବ୍ରେରୀ ସମ୍ପାଦକ ବିଶ୍ୱ ଭୂଷଣ ପାଢ଼ୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭୈରବୀ କୁମାର ପଟ୍ଟନାୟକ ଙ୍କୁ ଶପଥ ପାଠ ଗ୍ରହଣ କରାଇଥିଲେ । ସଂଘର ନିର୍ବାଚନ ପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଦେବେନ୍ଦ୍ର ମିଶ୍ର,ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ନରସିଂହ ପାଢ଼ୀ ସୁରୁଖୁରୁରେ ଦାୟିତ୍ୱ ପରିଚାଳନା କରିଥିବାରୁ ସଂଘର ସମସ୍ତ ସଦସ୍ୟମାନେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।


