ଛତ୍ରପୁର ଓଡିଶୀ ନୃତ୍ୟାଙ୍ଗନା ମଧୁସ୍ମିତା ଭୂବନେଶ୍ୱରରେ ସମ୍ମାନୀତ

ଛତ୍ରପୁର,(ଦେବଦତ୍ତ ମହାରଣା): ଭୁବନେଶ୍ୱର ଠାରେ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଓଡିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ଛତ୍ରପୁରର ପ୍ରତିଭାବାନ୍ ଓଡିଶୀ ନୃତ୍ୟାଙ୍ଗନା ମଧୁସ୍ମିତା ପଟ୍ଟନାୟକ କୃତିତ୍ୱ ହାସଲ କରିଛନ୍ତି । ଏଥିରେ ଦେଶର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀଙ୍କ ସମେତ ପ୍ରତିଭାବାନ୍ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ । ମହୋତ୍ସବର ଶେଷ ସନ୍ଧ୍ୟାରେ ଓଡିଶୀ ନୃତ୍ୟ ଗୁରୁ ଡ.ଗଜେନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶନାରେ ମଧୁସ୍ମିତା “ଶିବାଷ୍ଟକ” ପରିବେଶଣ କରି ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ । ଏବେ ମଧୁସ୍ମିତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମଧୁସ୍ମିତା ପୂର୍ବରୁ ବିଭିନ୍ନ ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ସମ୍ମାନୀତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ