ଛତ୍ରପୁର କଂଗ୍ରସ କମିଟି ପକ୍ଷରୁ ବିକ୍ଷୋଭ

ଛତ୍ରପୁର,(ଦେବଦତ୍ତ ମହାରଣା): ମୋଦି ସରକାରଙ୍କ ମନମୁଖୀ ଶାସନ ହେତୁ ଦିନକୁ ଦିନ ନାରୀ ଧର୍ଷଣ , ବଳତ୍କାର , ଅତ୍ୟାଚାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବହୁତ ଦୁଃଖ ଏବଂ କ୍ଷୋଭର ବିଷୟ ଏହିକି ଯେ ବିଜେପି ଶାସିତ ଉତ୍ତର ପ୍ରଦେଶ ରାଜ୍ୟ ଯେଉଁ ରାଜ୍ୟରେ ବର୍ତ୍ତମାନ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ସେହି ରାଜ୍ୟରେ ହିଁ ଜଣେ ନାବାଳିକାଙ୍କୁ ଗଣଧର୍ଷଣ ଏବଂ ହତ୍ୟା କରିବା ସହିତ ପ୍ରମାଣ ନଷ୍ଟ ପାଇଁ ରାଜନେତା ମାନଙ୍କ ଚାଟୁକାରିତା କରୁଥିବା ପୋଲିସ ବାବୁ ମାନେ ତାଙ୍କ ମରଶରୀର କୁ ଘର ଲୋକଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ରାତି ଅଧିଆ ନିଜେ ନିଜେ ଶବସତ୍କାର କରିଦେଇଛନ୍ତି । ଏହିପରି ଶୋକାକୁଳ ପରିସ୍ଥିତିରେ ପୀଡିତାଙ୍କ ପରିବାରବର୍ଗଙ୍କୁ ମିଶିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଯେଉଁ ଭଳି ଭାବେ ପୋଲିସ ଦ୍ୱାରା ଆକ୍ରମଣ ଓ ଗିରଫ କରାଗଲା ତାହାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି । ଏହିପରି ଅମାନବୀୟ କାର୍ଯ୍ୟକଳାପ ଗୁଡିକୁ ହେତୁ ଏହାର ପ୍ରତିବାଦରେ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ବିକ୍ଷୋବ ପ୍ରଦର୍ଶନ କରାଯାଇଛି । ଏହିପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାରାୟନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥିରେ ବରିଷ୍ଠ ନେତା କଂଗ୍ରେସ ନେତା ଗଣପତି ବାରିକ , ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଗଂଜାମ ଓ ଗଜପତି ଜିଲ୍ଲାର ସଂଯୋଜକ ବିସ୍ମୟ ମହାପାତ୍ର , ପୁର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ଗଂଜାମ ବ୍ଲକ ସଭାପତି ଟୁନା ଶତପଥୀ, ସୁବୋଧ ସୁମନ ସ୍ୱାଇଁ, ଏନ.ରାମା ରେଡ୍ଡୀ, ଆଇନଜିବୀ ବାବୁ ନାହାକ, ହୁଷିକେଷ ବେହେରା, ହାଡୁ ରେଡ୍ଡୀ, ମହେଶ ଗୈାଡ , ଦୀପକ ରାଉଳ, ଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ