ଛତ୍ରପୁର କଲେଜ ଛକ ନିକଟରେ ଏକ ଘର ଭିତରକୁ ପଶିଲା ବାଲି ବୋଝେଇ ଟିପ୍ପର
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର କଲେଜ ଛକ ନିକଟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଏକ ବାଲି ବୋଝେଇ ଟିପ୍ପର ଘର ଭିତରକୁ ପଶିଯାଇଛି । ଅଳ୍ପକେ ବର୍ତ୍ତିଲେ ଘରେ ଥିବା ଦୁଇ ଶିଶୁ ସମେତ ପରିବାର ସଦସ୍ୟ ମାନେ । କଲେଜ ଛକ ନିକରେ ଥିବା ସିମା ନାୟକଙ୍କ ଘର ଭିତରକୁ ଟିପ୍ପରଟି ପଶିଯାଇଛି । ଘରର ପାଚେରି ଭାଙ୍ଗି ଟିପ୍ପରର ଅର୍ଦ୍ଦେକ ଅଂଶ ଘର ଭିତରକୁ ପଶିଯାଇଥିବା ଦେଖିବାକୁ ମିଳିଛି । ଘରେ ଥିବା ଦୁଇ ଶିଶୁ ସମେତ ସମସ୍ତ ପରିବାର ବର୍ଗ ଅଳ୍ପକେ ବର୍ତ୍ତିଛନ୍ତି । ମିଳିଥିବା ସୂଚନା ମୁତାବକ କଲେଜ ଛକ ନିକଟୁ ଜୈନିକ ଘରକୁ ବାଲି ଧରି ଯାଉଥିବା ବେଳେ ଓଆର୦୯ କ୍ୟୁ ୦୪୭୫ ନମ୍ବର ବିଷିଷ୍ଟ ଟିପ୍ପରଟି ଭାରସାମ୍ୟ ହରାଇ ସିମାଙ୍କ ଘର ଭିତରକୁ ପଶିଯାଇଥିଲା । ଘରର ବହୁ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଘର ମାଲିକ ସୂଚନା ଦେଇଛନ୍ତି । ଟ୍ରକ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।


