ଛତ୍ରପୁର ଗୋଷ୍ଠୀ କକ୍ଷ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ନିକଟରେ ଅବସ୍ଥିତ ଆଇ.ଆର.ଇଏଲ (ଇଣ୍ଡିଆ) ଲିମିଟେଡର ମାନ୍ୟବର ସିଏମଡି ଦୀପେନ୍ଦ୍ର ସିଂହ ଏବଂ ଏ.ଜେ.ଜନାର୍ଥନନ, ସିଜିଏମ ଏବଂ ପ୍ରଧାନ, ଓସକମ ଦ୍ଵାରା ଶୁକ୍ରବାର ଆର୍ଯ୍ୟ ପଲ୍ଲୀ ପଞ୍ଚାୟତର ଓଡିଆରପି କଲୋନୀ ପାର୍ଶ୍ଵରେ ଥିବା ଏକ ଏକର ସରକାରୀ ଜମିରେ ଗୋଷ୍ଠୀ କକ୍ଷ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହା କର୍ପୋରେଟ ସାମାଜିକ ଦାଇତ୍ଵ ଆନୁକୂଲ୍ୟରେ ଥିବା ଯୋଜନା ଅନ୍ତର୍ଗତ ଆର‌୍ୟ୍ୟପଲ୍ଲୀ ପଞ୍ଚାୟତରେ ବାସ କରୁଥିବା ଲୋକଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଯଥା ବାହାଘର, ପିଲାଙ୍କ ଜନ୍ମ ଦିନ ଏବଂ ଗାଁ ସମିତିର ବୈଠକ ନିମନ୍ତେ ସମୁଦାୟ ୯୦ ଲକ୍ଷ ଟଙ୍କାର ଗୋଷ୍ଠୀ କକ୍ଷ ନିର୍ମାଣ କରାଯିବ । ପଞ୍ଚାଯତର ଉନ୍ନତି ତଥା ଗ୍ରାମବାସୀଙ୍କ ନିମନ୍ତେ ଆଇ.ଆର.ଇଏଲ (ଇଣ୍ଡିଆ) ଲିମିଟେଡ ଦ୍ଵାରା ନିଆଯାଇଥିବା ଏହି ପଦକ୍ଷେପ କୁ ସ୍ଥାନୀୟ ଗ୍ରାମବାସୀମାନେ ପ୍ରସଂଶା କରିଥିଲେ ଏବଂ ଆଇ.ଆର.ଇଏଲ (ଇଣ୍ଡିଆ) ଲିମିଟେଡର ମାନ୍ୟବର ସିଏମଡି ଏବଂ ସିଜିଏମ ଏବଂ ପ୍ରଧାନ, ଓସକମଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁରେଶ ଚନ୍ଦ୍ର ପାତ୍ରଙ୍କ ସହେଯାଗ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଗତିକୃଷ୍ଣ ନାୟକ, ଉପ ମହାପ୍ରବନ୍ଧକ ଏବଂ ପ୍ରଭାରି –ମାନବ ସମ୍ବଳ ପ୍ରବନ୍ଧନ, କେ.ସି.ସାହୁ, ମୁଖ୍ୟ ପ୍ରବନ୍ଧକ (ଏଚଆରଏମ), ଏସ.ଏସ.ମଲ୍ଲିକ, ମୁଖ୍ୟ ପ୍ରବନ୍ଧକ , ଉପ ମହାପ୍ରବନ୍ଧକ ଜେ.ଏନ.ଷଡଙ୍ଗୀ , ଆର.କେ.ଗୋଚ୍ଛାୟତ, , ଉପ ମହାପ୍ରବନ୍ଧକ ପି.କେ.ଦାଶ, ଉପ ମହାପ୍ରବନ୍ଧକ ଆର.ପି.ଝା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ