ଛତ୍ରପୁର ଠାରେ ‘ଇଦ୍-ଉଲ୍-ଅଜହା’ ପର୍ବ ପାଳନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ମୁସଲିମ ସଂପ୍ରଦାୟର ପବିତ୍ର ‘ଇଦ୍-ଉଲ୍-ଅଜହା’କୁ ସୋମବାର ଛତ୍ରପୁର ଠାରେ ଧୁମ୍ଧାମରେ ପାଳନ କରାଯାଇଛି । ଏଥିପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଛି । ମସଜିଦକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି । ଛତ୍ରପୁର ସ୍ଥିତ ପୁତିଗୋପାଳପୁର ମସଜିଦ୍ରେ ଧର୍ମଗୁରୁ ହାଫିଜ୍ ମିନହାଜୀ ରଜ୍ଜାଙ୍କ ପୌରହିତ୍ୟରେ ନାମାଜ ପାଠ କରି ଇଦ୍-ଉଲ୍-ଅଜହା ପାଳନ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ମସଜିଦ୍ରେ ଇସୁବ ଖାନ୍, ଇଜୁ ଆମିନ୍ ଖାନ୍, ଜଲାଲ ଖାନ୍, ସୟଜ ସିରାଜ ଅହମ୍ମଦ, ବିଲ୍ଲା ଖାନ୍, ଫାତୁ ଖାନ୍, ଆଫତାବ ଖାନ୍, ଜାକିର ଖାନ୍, ସାଲମାନ ଖାନ୍ ଓ ଓହ୍ୱିଦ୍ ଖାନଙ୍କ ସମେତ ବୁହୁ ମୁସଲିନ୍ ଭାଇମାନେ ଉପସ୍ଥିତ ରହି ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାକର ଶୁଭେଚ୍ଛା ଜଣାଇଥିଲେ । ଇଦ୍-ଉଲ୍-ଅଜହା ହେଉଛି ମୁସଲମାନ ସଂପ୍ରଦାୟର ଦ୍ୱିତୀୟ ବଡ ପର୍ବ । ଏହି ପବିତ୍ର ପୂର୍ବକୁ ଇସଲାମ ଧର୍ମବିଶ୍ୱାସୀ ଲୋକମାନେ ତ୍ୟାଗ ସମର୍ପଣ ଉତ୍ସର୍ଗ ବଳିଦାନର ପର୍ବରୂପେ ବୋଲି ପାଳନ କରନ୍ତି । ଏହି ଦିବସରେ ସମସ୍ତେ ଭାଇମାନେ ଏକାଠି ହୋଇ ସକାଳେ ନମାଜ ପାଠ କରିଥାନ୍ତି । ନମାଜ ପାଠ ସାରିଲା ପରେ ଧର୍ମୀୟ ରିୟାଜନୁଯାୟୀ ନିଜ ଭିତରେ ସମସ୍ତ କୃରତାକୁ ଦ୍ୱିହୀ ଦେଇ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାକରର ଶୁଭେଚ୍ଛା ଜଣାଇଥାନ୍ତି ।