ଛତ୍ରପୁର ଠାରେ କେକ୍ ଦୋକାନ କୁ ଉଦଘାଟନ କଲେ ସାଂସଦ ଓ ବିଧାୟକ

ଛତ୍ରପୁର,(ଦେବଦତ୍ତ ମହାରଣା):ସେ ବିବାହ ହେଉ କିମ୍ବା ଜନ୍ମ ଦିନ ହେଉ ଏବଂ ବିଭିନ୍ନ ଶୁଭ କାର୍ଯ୍ୟକ୍ରମ ହେଉ ଯୁବ ବର୍ଗ ଠାରୁ ଆରମ୍ଭ କରି ବୟସ୍କ ମାନେ କେକ୍ କାଟି ନିଜ ନିଜ ଖୁସି ମାନସି ଥାଆନ୍ତି । ଏଥିରେ ନିଜ ନିଜର ମନ ପସନ୍ଦର କେକ୍ ଆଣି ସମସ୍ତଙ୍କୁ ବଣ୍ଟନ ମଧ୍ୟ କରି ଥାଆନ୍ତି । ଏହି ଚାହିଦା କୁ ଦୃଷ୍ଟି ରେ ରଖି ଜିଲ୍ଲାର ସଦରମହକୁମା ଛତ୍ରପୁର ମେଇନ୍ ରୋଡ ଠାରେ ମିଓ ଆମୋରେ ର ଏକ କେକ୍ ଦୋକାନ ଉଦଘାଟିତ ହୋଇଯାଇଛି । ଏଥିରେ ବିଭିନ୍ନ ରକମର କେକ୍ ରହିଛି । ଏହାକୁ ବୁଧବାର ପୂର୍ବାହ୍ନରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ରିବନ କାଟି ଉଦଘାଟନ କରିଥିବା ବେଳେ ଜିଲ୍ଲା ଯୋଜାନ କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ ,୯ନଂ ୱାର୍ଡ କାଉନସିଲର ପ୍ରିତୀଛନ୍ଦା ସାମଲ, କେକ ସପ ର ମାଲିକ ସୁଭାଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହାସହିତ ଛତ୍ରପୁର ଅଂଚଳ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ