ଛତ୍ରପୁର ଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସମୀକ୍ଷା
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତାପାର୍ଟିର ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଳ ଓ ବୟନ ଶିଳ୍ପ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛତ୍ରପୁର ନିର୍ବାଚନମଣ୍ଡଳୀ ଦଳୀୟ ସଂଗଠନକୁ ନେଇ ସମୀକ୍ଷା କରିଛନ୍ତି । ସ୍ଥାନୀୟ ସର୍କିଟଗୃହ ଠାରେ ନିର୍ବାଚନମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ଦ୍ୱାରା ଆୟୋଜିତ ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର,ଗଞ୍ଜାମ ବ୍ଲକ ଏବଂ ଛତ୍ରପୁର,ଗଞ୍ଜାମ ଓ ରମ୍ଭା ଏନ୍ଏସିର ସମସ୍ତ ଦଳୀୟ ନିର୍ବାଚିତ ପ୍ରତିନିଧିଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀମତି ଜରଦୋଷ ଆଲୋଚନା କରିଥିଲେ, ପରେ ଷ୍ଟେସନରୋଡ୍ ସ୍ଥିତ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ କେନ୍ଦ୍ର ଠାରେ କେନ୍ଦ୍ରମନ୍ତ୍ରୀ ଖାଉଟି ସାମଗ୍ରୀକୁ ଅନୁଧ୍ୟାନ କରିବା ସହ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ବଣ୍ଟନ କରିଥିଲେ । ପ୍ରାରମ୍ଭ ରେ ଦଲୀୟ କର୍ମୀ ଓ ନେତାଙ୍କ ଗ୍ରହଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତି ଜରଦୋଷଙ୍କୁ ଛତ୍ରପୁର ସହର ପରିକ୍ରମା କରି ଚଣ୍ଡିଛକ ସ୍ଥିତ ଠାକୁରଣୀମନ୍ଦିର ଦର୍ଶନ କରିଥିଲେ । ସେଠାରୁ ରିକାପଲ୍ଲୀ ସ୍ଥିତ ଜନଔଷଧୀ କେନ୍ଦ୍ର ଠାରେ ନେଫ୍କିନ୍ କେନ୍ଦ୍ର ରେଳମନ୍ତ୍ରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ ଉପସଭାପତି ଭୁଗ୍ରୁବକ୍ସିପାତ୍ର, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଛତ୍ରପୁର ନିର୍ବାଚନମଣ୍ଡଳୀ ପ୍ରଭାରୀ ଡଃ ସୁବାସ ସାହୁ, ସଂଯୋଜକ ବସନ୍ତ କୁମାର ବେହେରା, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରଶାନ୍ତ କୁମାର ନାୟକ, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ରମ୍ଭା ଏନ୍ଏସି ଅଧ୍ୟକ୍ଷା ମାନସୀ ସ୍ୱାଇଁ ଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।