ଛତ୍ରପୁର ଠାରେ ଜନ୍ମାଷ୍ଠମୀ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କଳ୍ପବାସୀ ନଗର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଛତ୍ରପୁର ଶାଖା ପରିସରରେ ପବିତ୍ର ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଯୋଗ ଦେଇ କୁନି କୁନି ଶିଶୂ ମାନଙ୍କୁ ଉତ୍ସାହିତ କରିବା ସହିତ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ । ଆଜି ଶାଖା ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ କୁନି କୁନି ଶିଶୁ ମାନେ କୃଷ୍ଣ ବେଶରେ ସଜ୍ଜିତ ହୋଇ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ । ଛତ୍ରପୁର ଶାଖାର ମୁଖ୍ୟ ବ୍ରହ୍ମାକୁମାରି ବିଜୟଲକ୍ଷ୍ମୀ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାରୀ ପିଙ୍କି ସଂଯୋଜନା କରିଥିଲେ । ଏହି ଅବସରରେ ଛତ୍ରପୁର ଶାଖାର ସମସ୍ତ ଭାଇ ଭଉଣୀ ମାନେ ଉପସ୍ଥିତ ରହିବା ସହ ଆଖପାଖ ଅଂଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ