ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଷ୍ଟାଡିୟମ ଠାରେ ଗଂଜାମ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଦକ୍ଷତା ବିକାଶ ପ୍ରାଧିକରଣ ନୋଡାଲ ଅଫିସର ଏସ.ଭି.ଏନ୍ ରାଓ, ଶୋଭନ ଦାଶ, ଓରମାସ ର ଅତିରିକ୍ତ ସହକାରୀ ନିର୍ଦ୍ଦେଶକ ଜ୍ୟୋତି ରଂଜନ ମହାନ୍ତି, ବ୍ରହ୍ମପୁର କର୍ମନିୟୁଜନ ସଂସ୍ଥା ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ ଆର.ଏନ୍.ଖିଲାନୀଙ୍କ ଉପସ୍ଥିତିରେ ନିଯୁକ୍ତି ମେଳା ଉଦଘାଟନ କରିଥିଲେ । ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ରୁ ତଦୁର୍ଦ୍ଧ୍ୱ ଯୁବକ ଯୁବତୀ ଏହି ମେଳାରେ ଯୋଗଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଥିଲା ।୧୬ଗୋଟି ରାଜ୍ୟ ବାହାରର ନିର୍ମାଣ ଭିତ୍ତିକ କମ୍ପାନୀ ଏବଂ ୧୭ଗୋଟି ନିଯୁକ୍ତି ଭିତ୍ତି ପ୍ରଶିକ୍ଷଣ ସଂସ୍ଥା ମେଳାରେ ଯୋଗଦାନ କରିଥିଲେ । ନିର୍ମାଣ ଭିତ୍ତିକ କମ୍ପାନୀ ମାନେ ୪୩୯ଜଣଙ୍କୁ ମନୋନୟନ ପତ୍ର ପ୍ରଦାନ କରିଛନ୍ତି । ୫୭୫ ଜଣଙ୍କୁ ପ୍ରାକ୍ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପାଇଁ ମନୋନୀତ କରାଯାଇଛି । ନିଯୁକ୍ତି ମେଳାରେ ସାମରିକ ବିଭାଗର ଆକାଶ ବାହିନୀ ରେ ନିଯୁକ୍ତି ପାଇଁ ଥିବା ପର୍ଯ୍ୟାପ୍ତ ସୁବିଧା ସୁଯୋଗ ସମ୍ବନ୍ଧରେ ଯୁବକ ଯୁବତୀ ମାନଙ୍କୁ ଅବଗତ କରାଇଥିଲେ । ବ୍ରହ୍ମପୁର କର୍ମନିୟୁଜନ ସଂସ୍ଥା ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ ଆର.ଏନ୍. ଖିଲାନୀ ଏହାକୁ ପରିଚାଳନା କରିଥିଲେ ।