ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ପୁଲିସ ଗ୍ରାଉଣ୍ଡ୍ ଠାରେ ଜିଲ୍ଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ତାଙ୍କ ବକ୍ତବ୍ୟରେ ସ୍ୱାଧୀନତାକୁ ଧରି ରଖିବାକୁ ଗଣତନ୍ତ୍ର ପ୍ରତିଷ୍ଠା ୧୯୫୦ମସିହାରେ ଦେଶର ସମ୍ବିଧାନ ପ୍ରଣିତ ହେଲା । ସମ୍ବିଧାନ ପ୍ରଣେତାଙ୍କୁ ଧନ୍ୟବାଦ ଦେଇଥିଲେ । ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଭକ୍ତିପୁତ ସମ୍ମାନ ଜଣାଇଥିଲେ । । ସାରା ପୃଥିବୀରେ ଭାରତ ପ୍ରତିଷ୍ଠିତ ବିଶାଳ ଗଣତନ୍ତ୍ର ରାଷ୍ଟ୍ର । ଗଂଜାମର ସାଲିସ ବିହୀନ ସଂଗ୍ରାମ ଅବିସ୍ମରଣୀୟ ବୋଲି ମନ୍ତ୍ରୀ କହିଥିଲେ । କଳା ,ସଂସ୍କୃତି ସାହିତ୍ୟ , କ୍ରିଡା କ୍ଷେତ୍ରରେ ପ୍ରତିଷ୍ଠିତ ଗଂଜାମ । ପ୍ରଥମ ଖଦି କେନ୍ଦ୍ର ଗଂଜାମର ବହୁ ସ୍ୱାଧୀନତା ସଂଗ୍ରାମୀକୁ ଶ୍ରଦ୍ଧାଞ୍ଜଳି । ପ୍ରବାଦ ପୁରୁଷ ମାନଙ୍କର ଏନ୍ତୁଡିଶାଳ ଗଂଜାମ । ଏମାଟିର ସୁପୁତ୍ର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ଗଂଜାମ ଜିଲ୍ଲା ଜନବହୁଳ ଜିଲ୍ଲା , କଳା ସଂସ୍କୃତି ପ୍ରଭାବିତ କରେ । ପର୍ଯ୍ୟଟ୍ଟନ କ୍ଷେତ୍ର ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ସାହୁ ଆଲୋଚନା କରି ବିଭିନ୍ନ କ୍ଷେତ୍ର ଗୁଡିକ ଉପରେ କହିଥିଲେ । ରାଜ୍ୟରେ ଫାଇବ-ଟି ପ୍ରଚଳନ କରାଯାଇ କାର୍ଯ୍ୟକରାଯାଉଛି । ମୋସରକାର ମାଧ୍ୟମରେ କାର୍ଯ୍ୟକରି ସରକାର ଲୋକଙ୍କ ଏକ ଫିଡ ବେକ ସିଷ୍ଟମ ନେଉଛନ୍ତି । ମନ୍ତ୍ରୀ ମାନଙ୍କୁ ଠାରୁ ସଚ୍ଚିବ ମାନେ ଲୋକମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା କଥା ହେଉଛନ୍ତି । ଲୋକେ ସୁଫଳ ପାଇଲେ ଗଣତନ୍ତ୍ର ସୁଫଳ ହେବ । ମୋ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ପୁରାତନ ଛାତ୍ର ମାନଙ୍କ ସାମିଲ କରାଯାଉଛି ।ସେମାନେ ସେମାନଙ୍କ ସ୍ମୃତି ମନେରଖିବେ । ମେକ ଇନ୍ ଓଡିଶା,କୃଷି କର୍ମଣ ପୁରସ୍କାର ପାଇବା ଯୋଗୁଁ ଗର୍ବିତ । ଗଂଜାମ ଜିଲ୍ଲା ଲୋକ କର୍ମ ପ୍ରବଣ । ସେମାନଙ୍କର ସିଧା ସଳଖ କଥା ଅତି ଗୁରୁତ୍ୱ ବହନ କରିଥାଏ । ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ପ୍ରଭୃତି କୁ ନୂତନ ଭାବେ ସଜ୍ଜିତ କରାଯାଇଛି । ଆସ ଆମ ଗଣତନ୍ତ୍ର କୁ ସୁଦୃଢ କରିବା । ବିଧାୟକ ମାନେ ଲୋକଙ୍କ ସେବକ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ଓଡିଶାକୁ ଆଗକୁ ବଢାଇବା ପାଇଁ ଗଂଜାମ ଅବଦାନ ଅତୁଳନୀୟ । ଗତ ବାତ୍ୟା ବିପର୍ଯ୍ୟୟ ସମୟରେ ରାଜ୍ୟସରକାରଙ୍କ କାର୍ଯ୍ୟକୁ ସାରା ପୃଥୀବୀରେ ପ୍ରଶଂସା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ଏଥିରେ ୩୮ଟି ଦଳ ପ୍ୟାରେଡରେ଼ ଅଂଶଗ୍ରହଣ ଗ୍ରହଣ କରିଥିବା ବେଳେ ୫ଟି ଦଳ ଶରିରୀକ କ୍ରୀଡ଼ା ପ୍ରଦର୍ଶନ ଏବଂ ସାଂସ୍କୃତିକ କ୍ରୀଡ଼ା କୌଶଳ ପ୍ରଦାନ କରିଥିଲେ । ଗଂଜାମ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ କୃଷିର ରୂପାନ୍ତରଣ ଯୋଜନା ତାରା, ଉଦ୍ୟାନ କୃଷି ବିଭାଗ , ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ଦ୍ୱାରା ସଚେତନା କରାଯାଇଥିଲା । ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ସମେତ ବହୁ ସରକାରୀ କର୍ମଚାରୀ ଏବଂ ପୁଲିସ ଅଧିକାରୀ ଯୋଗ ଦେଇଥିଲେ । ପ୍ୟାରେଡରେ ଭଲ ପ୍ରଦର୍ଶନ କରିଥିବା ଅବସରରେ ମୁଖ୍ୟମନ୍ତ୍ରୀ ରନିଂଗ ସିଲଡ୍ ରେ ୍ଆର୍ମି ଉଇଙ୍ଗ୍ ରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ସିନିୟର ଡ଼ିଭିଜନ ଏନସିସିରେ ନାଭାଲ ଉଇଂ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ , ଜୁନିୟର ଡ଼ିଭିଜନ ଏନସିସିରେ ଛତ୍ରପୁର ସରସ୍ୱତୀ ବିଦ୍ୟା ମନ୍ଦିରର ଏନସିସି ଦଳ (ପ୍ରଥମ) , ଛତ୍ରପୁର ସରକାରୀ ଅନସ୍ଲୋ ହାଇସ୍କୁଲ ଏନସିସି ଦଳ (ଦ୍ୱିତୀୟ), ଗାର୍ଲସ ଗାଇଡ୍ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, (ପ୍ରଥମ), ରେଡକ୍ରସ୍ ଛତ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ,(ଦ୍ୱିତୀୟ), ଗାଲର୍ସ ଗାଇଡ ଛତ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ (ତୃତୀୟ) , ସିନିୟର ସିଭିଲିଆନରେ ଛତ୍ରପୁର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ (ପ୍ରଥମ), ଛତ୍ରପୁର ପ୍ରତିଭା ଆବାସିକ ମହାବିଦ୍ୟାଳୟ (ଦ୍ୱିତୀୟ) , ଜୁନିୟର ସିଭିଲିଆନ ରେ ହୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ (ପ୍ରଥମ) , ଗୋବିନ୍ଦପୁର ମାଉଣ୍ଟ ଲିଟେରା ଜୀ ସ୍କୁଲ (ଦ୍ୱିତୀୟ) , ଗୋବିନ୍ଦପୁର ଜ୍ଞାନ ବିକାଶ ରେସିଡେନସିଆଲ ସ୍କୁଲ (ତୃତୀୟ) , ସବଜୁନିୟର ସିଭିଲିଆନ ରେ ଛତ୍ରପୁର ସେଣ୍ଟ ଜ୍ରାଭିୟାର୍ସ ପ୍ଲବିକ୍ ସ୍କୁଲ (ପ୍ରଥମ) ଓ କରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଦ୍ୱିତୀୟ) ସ୍ଥାନ ଅଧିକାରୀ ମୁଖ୍ୟ ଅତିଥୀଙ୍କ ଦ୍ୱାରା ସିଲ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ସାଂସ୍କୃତିକ ଓ ଶାରିରୀକ କ୍ରୀଡ଼ାରେ କାର୍ମେଲ୍ କନଭେଂଟ୍ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୋବିନ୍ଦପୁର ମାଉଣ୍ଡ ଲିଟେରା ଜୀ ସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରି ଅତିଥୀ ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ପ୍ୟାରେଡ୍ ବିଚାରକ ଭାବେ ଗଂଜାମ ପୁଲିସ ଜିଲ୍ଲାର ଡିଏସପି (ହେଡକ୍ୱାର୍ଟର) ଉତ୍କଳ କେଶରୀ ଦାସ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି ଓ ଡେପୁଟି କମାଣ୍ଡେଣ୍ଟ ସୁନିଲ କୁମାର ବେହେରା ଦାୟିତ୍ୱ ତୁଲାଇଥିଲେ । ପ୍ୟାରେଡ଼କୁ ପୁଲିସ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର ପରିଚାଳନା କରିଥିିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଂଚି ନାରାୟଣ ପ୍ରଧାନ ସଂଯୋଜନା କରିଥିଲେ ।