ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ
ଛତ୍ରପୁର,(ଓ୍ବାଇଏନ୍ଏସ୍) : ସ୍ଥାନୀୟ ଅନସ୍ଲୋ ମିନିଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇଯାଇଛି | ଏହା ଆସନ୍ତା ୧୪ ତାରିଖ ପ୍ରଯ୍ୟନ୍ତ ଚାଲିବ | ଏଥିରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିଵ୍ୟଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲାପରିଷଦ ସିଡିଓ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଏସପି ଜଗମୋହନ ମୀନା, ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟାକ୍ଷା ଏସ.ରାଜେଶ୍ୱରୀ ଦୋରା,ଗଞ୍ଜାମ ଜିଲ୍ଲାପରିଷଦ ର ଅତିରିକ୍ତ ସିଇଓ ପ୍ରତାପ ଚନ୍ଦ୍ର ପ୍ରଧାନ,ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ |
ନୂଆ- ଓ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରରେ ଅନୁଷ୍ଠିତ ଖେଳ କାର୍ଯ୍ୟକ୍ରମରେ ଚୟନ ହୋଇ ପୁରସ୍କୃତ ହୋଇଥିବା ପ୍ରତିଯୋଗୀଗଣ ଅଂଶ ଗ୍ରହଣ କରିଛନ୍ତି । ଛତ୍ରପୁର ସ୍ଥିତ ଚାରିଗୋଟି ପଡିଆ ଠାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜିଲ୍ଲାର ୮୫୦ ଜଣ କୃତି ପ୍ରତିଯୋଗି ଅଂଶ ଗ୍ରହଣ କରିବେ । ପୋଲିସ ପଡିଆ, ସ୍ପୋର୍ଟସ ଖେଳ ପଡିଆ, ଅନସ୍ଲୋ ଖେଳ ପଡିଆ ଏବଂ ହକି ପ୍ରଶିକ୍ଷଣ ସେଣ୍ଟର ଠାରେ କ୍ରିକେଟ, ହକି, କବାଡି ଏବଂ ଖୋଖ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ୩ ରୁ ୪ ଗୋଟି ମେଚ ଅନୁଷ୍ଠିତ ହେବ । ୧୪ ତାରିଖରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ ।