ଛତ୍ରପୁର ଠାରେ ପଣ୍ଡିତ ଅନ୍ତର୍ଯ୍ୟାମୀ ପତି ଶର୍ମାଙ୍କ ସ୍ମୃତି ସମାରୋହ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ପ୍ଲବିକ ସ୍କୁଲ ପରିସରରେ ରବିବାର ବ୍ରହ୍ମପୁର କଳିଙ୍ଗ ସାହିତ୍ୟ ସମାଜ ଏବଂ ଛତ୍ରପୁର ସାହିତ୍ୟ ସଂସଦ ର ମିଳିତ ସହଯୋଗ ରେ ପଣ୍ଡିତ ଅନ୍ତର୍ଯ୍ୟାମୀ ପତି ଶର୍ମାଙ୍କ ସ୍ମୃତି ସାରସ୍ୱତ ସମାରୋହ ପାଳିତ ହୋଇଯାଇଛି l ବ୍ରହ୍ମପୁର କଳିଙ୍ଗ ସାହିତ୍ୟ ସମାଜର ସଭାପତି ତଥା ପ୍ରଫେସର ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରହିତ୍ୟ ରେ ଆୟୋଜିତ ସମାରୋହର ମୁଖ୍ୟଅତିଥି ସୁସାହିତ୍ୟିକ ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ ପଣ୍ଡିତ ଅନ୍ତର୍ଯ୍ୟାମୀ ପତି ଶର୍ମାଙ୍କ ଗୁଣଗାନ କରିବା ସହିତ ତାଙ୍କ ସ୍ମୃତିଚାରଣ କରିଥିଲେ l ଛତ୍ରପୁର ସାହିତ୍ୟ ସଂସଦ ର ସଭାପତି ବ୍ରଜମୋହନ ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଵକ୍ତା ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ର ଦକ୍ଷିଣାଞ୍ଚଳ ଉପ ସଚିବ ସାହିତ୍ୟିକ ଡ଼ଃ କୁଳ ମଣି ଓଝା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସୁସାହିତ୍ୟିକ ଡ଼ଃ ବନମାଳୀ ପାଣିଗ୍ରାହୀ ଓ ଡ଼ଃ କୃଷ୍ଣ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ପଣ୍ଡିତ ଅନ୍ତର୍ଯ୍ୟାମୀ ପତି ଶର୍ମାଙ୍କ ସ୍ମୃତି ଚାରଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁସାହିତ୍ୟିକ ଡ଼ଃ ଅଜୟ କୁମାର ତ୍ରିପାଠୀ,ଛତ୍ରପୁର ଆଇନସାମ୍ମୁଖ୍ୟ ର ଆବାହକ ମନୋଜ କୁମାର ପାଢ଼ୀ, ସଭାପତି ସୁରେଶ କୁମାର ପଣ୍ଡା, ସମ୍ପାଦକ ଏଲ. ଗୋପଳ ରାଓ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ,ଡମିନାଥ ସାହୁ ଓ ପ୍ରଦୀପ କୁମାର ପାତ୍ର,ଛତ୍ରପୁର ମଝି ବଜାର ବଣିକ ସଂଘ ର ସଭାପତି କିଶୋର ଚଦ୍ର ସେନାପତି, ଆଇନଜୀବୀ ପି. ଧର୍ମା ରେଡ୍ଡୀ, କେ. ଚନ୍ଦ୍ର ଶେଖର ରେଡ୍ଡୀ, ଦିଲ୍ଲୀପ କୁମାର ପଲାଇଙ୍କ ସମେତ ଛତ୍ରପୁର ଓ ବ୍ରହ୍ମପୁର ଅଂଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ଏହି ଅବସରରେ ସାହିତ୍ୟିକ ସ୍ବର୍ଗତ ଅମରେଶ ମିଶ୍ର ଏବଂ ଡ଼ଃ କୁଳମଣି ଓଝା ଙ୍କୁ ପଣ୍ଡିତ ଅନ୍ତର୍ଯ୍ୟାମୀ ପତି ଶର୍ମା ସ୍ମୃତି ସମ୍ମାନ ପ୍ରଦାନ କରଯାଇଥିଲା l