ଛତ୍ରପୁର ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ଛତ୍ରପୁର, (ଓ୍ବାଇଏନ୍ଏସ୍):ମହାମାରୀ କୋରନା ର ପ୍ରଭାବରେ ରାଜ୍ୟରେ ରକ୍ତର ଘୋର ଅଭାବ ପରିପ୍ରେକ୍ଷୀରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ପୁତିଗୋପାଳପୁର ସ୍ଥିତ ଗୁରୁମନ୍ଦିର ନିକଟରେ ନିର୍ବାଚନ ମଣ୍ଡଳୀର ବିଜେପି ଯୁବନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ଯାନ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରକୁ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଯୋଗଦେଇ ଉଦଘାଟନ କରିବା ସହ ରକ୍ତାଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ପ୍ରାରମ୍ଭରେ ବିଜେପି ଛତ୍ରପୁର ଏନଏସି ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ ରକ୍ତଦାନ କରି ଶୁଭାରମ୍ଭ କରିଥିବା ବେଳେ ନିର୍ବାଚନ ମଣ୍ଡଳୀର ୨୫ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଏନ୍‌.ରାଜେନ୍ଦ୍ର କୁମାର , ଜିଲ୍ଲା ସାଧାରଣ ସମ୍ପାଦକ କେ.ରଘୁନାଥ ରେଡ୍ଡୀ, କିରଣ କୁମାର , ପି.ନାଗେଶ୍ୱର ରାଓ, ଜି.କାମେଶ୍ୱର ରାଓ, ଛତ୍ରପୁର ଏନଏସି ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ, ଗଂଜାମ ଏନଏସି ମଣ୍ଡଳ ସଭାପତି ସୁଦାମ ଜେନା, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଆଇନଜିବୀ ପ୍ରଦୀପ କୁମାର ପାଢି, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟାକ୍ଷ ବସନ୍ତ କୁମାର ବେହେରା, ଲକ୍ଷ୍ମୀ ନାରାୟଣ ପଣ୍ଡା, ଇ.ପ୍ରମୋଦ କୁମାର , , ଅମରେଶ ମହାରଣା, ଡି.ସୁରେଶ ରେଡ୍ଡୀ, ଜିଲ୍ଲା ସ୍ୱାସ୍ଥ୍ୟ ସେଲ୍ ର ଆବାହାକ ରାଜୀବ କୁମାର ମିଶ୍ରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଡାକ୍ତର ସୁସ୍ମିତା ବେହେରା, ଗୋପାଳ କୃଷ୍ଣ ପଣ୍ଡା, ଚିନ୍ମୟ ବେହେରା , ରାମହରି ପଣ୍ଡା, ଦିବାକର ପାଣିଗ୍ରାହୀ , କେ.ଚନ୍ଦ୍ର ରାଓ ଓ ଡମ୍ବୁରୁ କାର୍କୀ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ