ଛତ୍ରପୁର ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ-୧୬ଟି ମାମଲା ଫୈସଲା , ୨ଲକ୍ଷ୭୮ହଜାରଟଙ୍କା ଆଦାୟ

ଛତ୍ରପୁର:(ଯୁଗାଦ୍ଧ ନ୍ୟୁଜ୍) ଛତ୍ରପୁର କୋର୍ଟ ପରିସରରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଅତିରିକ୍ତ ଜିଲ୍ଲାଦୈରାଜଜ୍ ତଥା ଛତ୍ରପୁର ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷା ଶିଖାରାଣୀ ରଥ, ସବଜଜ୍ ସ୍ୱୟଂ ପ୍ରଭା ଆଚାର୍ଯ୍ୟ ,ଏସଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହି ଓ ଜେଏମଏଫସି ପ୍ରଜ୍ଞାପରମିତା ସ୍ୱାଇଁ ଉପସ୍ଥିତ ରହି ୧୬ ମାମଲାର ଫୈସଲା କରାଯାଇ ୨ଲକ୍ଷ ୭୮ହଜାର ଟଙ୍କା ଆଦାୟ କରାଯାଇଛି । ମକଦ୍ଦମା ପରିଚାଳନା ବେଳେ ସରକାରୀ ଓକିଲ ଡମିନାଥ ସାହୁ, କେ.ଶିବରାମ ରେଡ୍ଡୀ,ଏସ୍.ଶ୍ୟାମକୁମାର, ସନ୍ତୋଷ କୁମାର ପଶୁପାଳକ, ସୁରଜିତ୍ ସାମନ୍ତରାୟ, ରାମକୃଷ୍ଣ ଦାଶ, ସୁରେଶ ଚନ୍ଦ୍ର ସେନାପତି, ଦେବେନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ମୁଦୁଲି, ପ୍ରଦୀପ କୁମାର ପାଢୀ, ପି.ଧର୍ମାରେଡ୍ଡୀ,ଶିବ ପ୍ରସାଦ ସାହୁ, ଲୋକନାଥ ରେଡ୍ଡୀଙ୍କ ସମେତ ବହୁ ଓକିଲମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ