ଛତ୍ରପୁର ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଛତ୍ରପୁର – ସ୍ଥାନୀୟ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ , ବ୍ୟାଙ୍କ ଋଣ ସମେତ ବିଭିନ୍ନ ପ୍ରକାର ୧୫ଗୋଟି ମାମଲାର ଫଇସଲା କରାଯାଇଥିଲା । ସେଗୁଡ଼ିକ ମଧ୍ୟରେ ମୋଟର ଦୁର୍ଘଟଣାଜନିତ ଦୁଇଟି ମାମଲାରେ ୮ଲକ୍ଷ ୭୫ହଜାର, ବ୍ୟାଙ୍କ ଋଣ ଦୁଇଟି ମାମଲାରେ ୫ଲକ୍ଷ ୨୮୫୦୦, ଇପିର ଗୋଟିଏ ମାମଲାରେ ୪୦ହଜାର, ଏଫଆରଟି ୧୦ଟି ମାମଲାର ଫଇସଲା ହୋଇ ସମୁଦାୟ ୧୪ଲକ୍ଷ ୪୩ହଜାର ଟଙ୍କା ଆଦାୟ ହୋଇଥିଲା ।
ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷା ଶିକ୍ଷାରାଣୀ ରଥ, ଏସଡ଼ିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ, ଜେଏମଏଫସି ପ୍ରଜ୍ଞା ପରମିତା ସ୍ୱାଇଁ, ସବ୍ ଜଜ୍ ସ୍ୱୟଂପ୍ରଭା ଆଚାର୍ୟ୍ୟ ରହିଥିବା ବେଳେ ଏହାକୁ ସରକାରୀ ଓକିଲ ଡ଼ମିନାଥ ସାହୁ, ପ୍ରଦୀପ କୁମାର ପାତ୍ର, ସୌରୀ ପ୍ରସାଦ ବେହେରା, ଓକିଲ ନିରାକାର ମାଳି, ନିତ୍ୟାନନ୍ଦ ମୁଦୁଲି, ଦେବେନ୍ଦ୍ର କୁମାର ମିଶ୍ର, ସୂର୍ୟ୍ୟ ନାରାୟଣ ରେଡ୍ଡି, ସୂର୍ୟ୍ୟ ନାରାୟଣ ସାମନ୍ତରାୟ, କେ. କମଳଲୋଚନ ଦାସ, ରାମକୃଷ୍ଣ ଦାସ, ସୁରେଶ ସେନାପତି, ଦିଲ୍ଲୀପ କୁମାର ପଟ୍ଟନାୟକ, ଶିବ ପ୍ରସାଦ ସାହୁ, ସନ୍ତୋଷ କୁମାର ପଶୁପାଳକ, ଅନାମ ପ୍ରଧାନ, ବାବୁ ନାହାକ, ସନ୍ତୋଷ କୁମାର ସାହୁ, ଛତ୍ରପୁର ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡି, ସମ୍ପାଦକ ଶ୍ୟାମ ସୁନ୍ଦର ରାଓଙ୍କ ସମେତ କୋର୍ଟର କିରାଣୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।


