ଛତ୍ରପୁର ଠାରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଦେବ ଦେବ ମହାଦେବ ଓ ମା ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଛତ୍ରପୁର ସହର ଏବଂ ଆଖପାଖ ଅଂଚଳ ଚଳଚଂଚଳ ହୋଇପଡିଛି । ସହରରେ ଥିବା ସମସ୍ତ ଶୈବ ପୀଠରେ ଦେବ ଦମ୍ପତ୍ତିଙ୍କ ବିବାହ ରିତୀନିତୀରେ ସମ୍ପନ୍ନ ହୋଇଛି । ସହରର ଆଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମନ୍ଦିର ପ୍ରାଙ୍ଗଣରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ପରମ୍ପରା ଅନୁଯାୟୀ କନ୍ୟା ପିତା ଭାବେ ଡି. ହରିରାମ ଓ କନ୍ୟା ମାତା ଡି. ଆମେନା ବର ପିତା ଭାବେ ବି. ଟୁଟୁ ରେଡ୍ଡୀ ବର ମାତା ଭାବେ ବି. ଦମୟନ୍ତି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ବିବାହ ପୂର୍ବରୁ ମହାଦେବଙ୍କୁ ପାଲିଙ୍କିରେ ବସାଇ ବାଜାବାଦ୍ୟ, ଶଙ୍ଖମହୁରୀ, ହୁଳୁହୁଳୀରେ ସହର ପରିକ୍ରମା କରିବା ପରେ ବିବାହ ମଣ୍ଡପରେ ପହଂଚିଥିଲେ । ସେଠାରେ ମାତା ପାର୍ବତୀଙ୍କ ସହ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସହ ଯୋଗ କରିଥିଲେ । ସେହିପରି ସହରରେ ଥିବା ବିରେଶ୍ୱର, ବିଶେଶ୍ୱର, ହରିଣେଶ୍ୱର, ଧବଳେଶ୍ୱର, ଚନ୍ଦ୍ରଶେଖର, ନୀଳକଣ୍ଠେଶ୍ୱର, କାଶୀ ବିଶ୍ୱନାଥ ଆଦି ପୀଠରେ ମଧ୍ୟ ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସୁରୁଖୁରରେ ସମ୍ପାଦନ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ