ଛତ୍ରପୁର ଠାରେ ୮୪ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ଛତ୍ରପୁର(ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ ୮୪ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହିଅବସରରେ ଗଂଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ମୁଖ୍ୟଅତିଥୀ ଭାବେ ଯୋଗ ଦେଇ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୋଲିସ୍ ବାହୀନୀ ନିଜକୁ ଜନସାଧାରଣଙ୍କ ସେବାରେ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଏ କହିଥିଲେ ଧନଜୀବନ ଓ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟ ପୁଲିସ କାର୍ଯ୍ୟକାରୀ କରିଆସୁଛି । ପୁଲିସ ମାନଙ୍କର ଏହି ଉତ୍ସର୍ଗୀକୃତ କାର୍ଯ୍ୟ ଜନସେବାର ରୂପ ନେଇଛି । ଅର୍ଥନୈତିକ ଓ ସାଇବର କ୍ରାଇମ୍ ପୁଲିସ ସଫଳତାର ସହ ମୁକାବିଲା କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ପାରିଛି । ଏହା ସହ ପୁଲିସର ଆଚରଣଧୀନ ଓ ପୁଲିସର ପରମ୍ପରା ଉପରେ ଆଲୋକପାତ କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗଂଜାମ ପୁଲିସ ଜିଲ୍ଲାର ଶ୍ରେଷ୍ଠ ସବ୍ଇନିସ୍ପେକ୍ଟର ଭାବେ ବିଉଟି ମହାନ୍ତି, ଶ୍ରେଷ୍ଠଏସଆଇ ଭାବେ ରବିନ୍ଦ୍ରନାଥ ପାଣିଗ୍ରାହି,ଶ୍ରେଷ୍ଠ ହାବିଲଦାର ଭାବେ ନବ କିଶୋର ପରିଡା, ଶ୍ରେଷ୍ଠ କନେଷ୍ଟବଲ୍ ଭାବେ ଜି.ମନୋଜ କୁମାର ଓ ଏ.କେ.ସ୍ୱାଇଁ ଏବଂ ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଲ ଭାବେ ବଳରାମ ବିଷୋୟୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅଷ୍ଟମ ବାଟାଲିୟନର କମାଣ୍ଡର ଟି ଉଦୟ କୁମାର ରଥ, ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଆରକ୍ଷୀଅଧିକ୍ଷକ ପତିତପାବନ ଚୈାଧୂରୀ, ଅମରେଶ କୁମାର ପଣ୍ଡା ଓ ସୀତାରାମ ଶତପଥୀ, ଡିଆଇବି ଡିଏସପି ପି.କେ.ଦଳାଇ,ଛତ୍ରପୁର ପୋଲିସ ଏସଡିପିଓ ଉକ୍ରଳ କେଶରୀ ଦାଶ,ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର, ଗଂଜାମ ଥାନା ଅଧିକାରୀ ସୁଦାମ ମଲ୍ଲିକ, ସାମୁଦ୍ରିକ ଥାନା ଅଧିକାରୀ ସମିଷ୍ଠା ପ୍ରଧାନ , ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜିତେନ୍ଦ୍ର କୁମାର ଦେହୁରୀ, ଗଂଜାମ ଜିଲ୍ଲା ହାବିଲଦାର କନଷ୍ଟେବଲ ସଂଘର ସଭାପତି ଅଭିମନ୍ୟୁ ଜାଲି ,ସଂପାଦକ ସୁବାଷ ସେଠୀ,ଏ.ରାବଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ । ପୋଲିସ ଆରଆଇ ସୁବଳ କୁମାର ସୁରେନ୍ ପ୍ୟାରେଡ୍ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଆରକ୍ଷୀଅଧିକ୍ଷକ ଶ୍ରୀ ରାଏ ଓଡିଶାର ମହାମହିମା ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତା ପଢିଥିଲେ ।