ଛତ୍ରପୁର ତାଡେପଲ୍ଲୀ ସାହି ବଡ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜିଉଙ୍କ ବରାହ ଅବତାର
ଛତ୍ରପୁର (ଦେବଦତ୍ତ ମହାରଣା) : ସାରା ରାଜ୍ୟରେ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ କଟକଣା ଯୋଗୁଁ ରଥ ଗଡିପାଲିଲା ନାହିଁ । ଫଳରେ ବିଭିନ୍ନ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁ ଜଗନ୍ନାଥଙ୍କ ରିତୀନୀତି ମନ୍ଦିର ସେବାୟତ ମାନଙ୍କ ଦ୍ୱାରା କୋଭିଡ୍ ନିୟମ ଅନୁଯାୟୀ ପାଳନ କରାଯାଇଥିଲା । ଏହି କ୍ରମେ ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଅସ୍ଥାୟୀ ରଥ ନିର୍ମାଣ କରାଯାଇ ରଥଯାତ୍ରା ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗୁରୁବାର ମହାପ୍ରଭୁ ଙ୍କୁ ବରାହ ବେଶରେ ସୁସଜ୍ଜିତ କରାଯାଇଥିଲା । କଟକଣା ଯୋଗୁଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ଭକ୍ତ ମାନେ ଭଗବାନଙ୍କ ଏହି ବରାହ ବେଶକୁ ଦର୍ଶନ କରିନପରି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି ।

 
            
