ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି କେଳେଙ୍କାରୀ ମାମଲା

ଛତ୍ରପୁର,: କ୍ରାଇମ୍‌ବ୍ରାଞ୍ଚ୍‌କୁ ଆଜି ବଡ ସଫଳତା ମିଳିଛି । କ୍ରାଇମ୍‌ବ୍ରାଞ୍ଚ ସିଜ୍ କରିଥିବା ୫୦୦ ବର୍ଷର ପୁରୁଣା ତ୍ରାହି ଅଚ୍ୟୁତାନନ୍ଦ ଦାଶଙ୍କ ଓଡିଆ ଭାଷାରେ ଲିଖିତ ପୋଥି ଓ ସୁରବାବାଙ୍କ ସମେତ ତାଙ୍କରି ପରିବାର ୭ ଜଣଙ୍କ ନାମରେ ଥିବା ବ୍ୟାଙ୍କ ଜମାଖାତା ଏବଂ ଜମିଜମା ନଥିପତ୍ର ମୁକ୍ତ କରିବା ପାଇଁ ଦାଖଲ ହୋଇଥିବା ପିଟିସନ୍‌କୁ ଖାରଜ ହୋଇଯାଇଛି । ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି କେଳେଙ୍କାରୀ ମାମଲାର ଅଭିଯୁକ୍ତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବା ଓରଫ୍ ସୁରେନ୍ଦ୍ର ନାଥ ମିଶ୍ରଙ୍କ ସମେତ ପତ୍ନୀ, ୨ ପୁତ୍ର ଓ ୨ ବୋହୂ ଏବଂ ଝିଅ ପ୍ରମୁଖ ୭ ଜଣଙ୍କ ବ୍ୟାଙ୍କ୍ ଜମାଖାତା, ଜମିଜମା କାଗଜପତ୍ର ଏବଂ ତ୍ରାହି ଅଚ୍ୟୁତାନନ୍ଦଙ୍କ ଓଡିଆରେ ଲେଖାଯାଇଥିବା ୫ ଶହ ବର୍ଷର ପୁରୁଣା ପୋଥିକୁ ମୁକ୍ତ କରିବା ପାଇଁ ଦାଖଲ ହୋଇଥିବା ପିଟିସନ୍‌କୁ ଗୁରୁବାର ଛତ୍ରପୁର ଏସ୍‌ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ ଖାରଜ କରିଛନ୍ତି । ଅନ୍ୟପକ୍ଷରେ ସୁରବାବାଙ୍କ ପୁତ୍ର ବିରଞ୍ଚି ନାରାୟଣ ମିଶ୍ରଙ୍କ ପକ୍ଷରୁ ଦାଖଲ ହୋଇଥିବା ପିଟିସନ୍‌ରେ ଯଦି ବ୍ୟାଙ୍କ ଜମାଖାତା ଗୁଡିକ ମୁକ୍ତ ନ କରାଯାଏ ତାହା ବଦଳରେ ସୁରବାବାଙ୍କ ନାମରେ ଅନ୍ୟ ଏକ ନୂତନ ଜମାଖାତା ଖୋଲାଯାଇ ସେଥିରେ ସିଜ୍ ହୋଇଥିବା ଜମାଟଙ୍କାର କେବଳ ସୁଧକୁ ପୈଠ ପ୍ରଦାନ କରାଯାଉ । ଏଥିରେ ଓଡିଶା ସରକାରଙ୍କ କୌଣସି ଆପତ୍ତି ଅଭିଯୋଗ ନ ରହୁ ବୋଲି ପିଟିସନ୍‌ରେ ଦର୍ଶାଇଥିଲେ । ଏହାକୁ ମଧ୍ୟ ଶୁଣାଣିରେ ବାଚାରପତି ଶ୍ରୀ ପାଣିଗ୍ରାହୀ ଖାରଜ କରିବା ସହିତ ଛତ୍ରପୁର ତ୍ରିହି ଅଚ୍ୟୁତ ଆଶ୍ରମ ଜମି କେଳେଙ୍କାରୀ ମାମଲାର କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଉକ୍ତ ମାମଲାରେ ଉପରୋକ୍ତ ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଜି ତାଙ୍କରି ରାୟ ପ୍ରକାଶ କରିଛନ୍ତି ।
ପୂର୍ବରୁ ସୁରେନ୍ଦ୍ର ନାଥ ମିଶ୍ରଙ୍କ ସମେତ ପତ୍ନୀ, ପୁତ୍ର ଓ ବୋହୂ ପ୍ରମୁଖ ୭ ଜଣଙ୍କ ବ୍ୟାଙ୍କ୍ ଜମାଖାତା, ଜମିଜମା କାଗଜପତ୍ର ଏବଂ ତ୍ରାହି ଅଚ୍ୟୁତାନନ୍ଦଙ୍କ ଓଡିଆରେ ଲେଖାଯାଇଥିବା ୫ ଶହ ବର୍ଷର ପୁରୁଣା ପୋଥିକୁ ମୁକ୍ତ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟଳୟରେ ୨୦୧୭ ମସିହାରେ ଏକ ପିଟିସନ୍ ଦାଖଲ ହୋଇଥିଲା । ଏହି ପିଟିସନ୍‌ର ଜବାବରେ ୨୦୧୭ ମସିହା ମଇ ୧୯ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ଏହାକୁ ଖାରଜ କରିଥିଲେ । ଏଥିସହ ଯେତେବେଳ ପର୍ଯ୍ୟନ୍ତ ମାମଲା ଗୁଡିକର ତଦନ୍ତ ପ୍ରକ୍ରିୟା ଶେଷ ହେବ ନଚେତ ବିଚାରଣା ପ୍ରକ୍ରିୟା ଶେଷ ହେବ । ବ୍ୟାଙ୍କ ଜମାଖାତା, ଜମିଜମା ନଥିପତ୍ର ଏହି ମାମଲାରେ ସଂପୃକ୍ତ ନଥିଲେ ମୁକ୍ତ କରାଯାଇ ପାରିବ ବୋଲି ଉଚ୍ଚ ନ୍ୟାୟଳୟ ପକ୍ଷରୁ ରାୟ ରହିଥିଲା । ଏହାପରେ ୨୦୧୭ ମସିହାରେ ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟରେ ସୁରବାବଙ୍କ ପୁତ୍ର ବିରଞ୍ଚି ନାରାୟଣ ଏକ ପିଟିସନ୍ ଦାଖଲ କରିଥିଲେ । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ନିଯୁକ୍ତ ହୋଇଥିବା ଏପିପି ତଥା ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟର କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ଏହି ପିଟିସନ୍ ଉପରେ ଖାରଜ କରିବା ପାଇଁ ବିଭିନ୍ନ ସମୟରେ ପ୍ରତିପକ୍ଷ ଓକିଲଙ୍କ ସହିତ ଜାବ ଓ ପ୍ରତିଜବାବ ହୋଇଥାଏ । ଶେଷରେ ଆଜି ଏହାର ରାୟ ପ୍ରକାଶ ପାଇଥିଲା । କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ବିକାଶ ବେହୁରା ପିଟିସନ୍ ଖାରଜ ପ୍ରକ୍ରିୟାରେ ସହଯୋଗ କରିଥିଲେ ।
ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି କେଳେଙ୍କାରୀ ମାମଲାର ଭିଯୁକ୍ତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବା ଓରଫ୍ ସୁରେନ୍ଦ୍ର ନାଥ ମିଶ ଓ ପୁତ୍ର ତ୍ରିଲୋଚନ ଏବଂ ଅଭିଯୋଗକାରୀ ବ୍ରହ୍ମପୁର ଧର୍ମନଗରର ମୋଚିରାମ ସାହୁ ପକ୍ଷରୁ ଦାଖଲ ହୋଇଥିବା ରାଜିନାମା ପତ୍ରର ମଧ୍ୟ ଶୁଣାଣି ନିମନ୍ତେ ଡିସେମ୍ବର ୧୧ ତାରିଖ ପାଇଁ ଛତ୍ରପୁର ଏସ୍‌ଡିଜେଏମ୍ ଦିନ ଧାର୍ଯ୍ୟ କରିଛନ୍ତି ବୋଲି କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ