ଛତ୍ରପୁର ଥାନା ପରିଦର୍ଶନ କଲେ ଗଞ୍ଜାମ ଏସପି

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ସନ୍ଧ୍ୟାରେ ଛତ୍ରପୁର ଥାନା କୁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ପରିଦର୍ଶନ କରି ବିଭିନ୍ନ କାଗଜପତ୍ର ଯାଂଚ କରିଛନ୍ତି । ଛତ୍ରପୁର ଥାନା ଅଧିନରେ କେତେ ମାମଲା ରୁଜୁ ହୋଇଛି କେତେ ମାମଲାର ଫଇସଲା ହୋଇଛି ସେ ସମ୍ପର୍କରେ ଏସପି ଶ୍ରୀ ରାୟ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି । ଥାନାକୁ ଆସୁଥିବା ଜନ ସାଧାରଣଙ୍କୁ ଉଚିତ୍ ସେବା ପ୍ରଦାନ କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ କରିବା ସହ ଥାନା ପରିସରରେ ଥିବା ସମସ୍ତ କକ୍ଷକୁ ବୁଲି କର୍ମଚାରୀଙ୍କ ବିଭିନ୍ନ ଗତିବିଧି ଉପରେ ଅନୁଧ୍ୟାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ