ଛତ୍ରପୁର ନାଗରିକ କମିଟି ପକ୍ଷରୁ ଅବସରପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସମ୍ବଦ୍ଧ୍ୱର୍ନା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅବସର ଗ୍ରହଣ କରିଥିବା ଅଧ୍ୟକ୍ଷ ଡ.ସୌଭାଗ୍ୟ କୁମାର ସାହୁଙ୍କୁ ଛତ୍ରପୁର ନାଗରିକ କମିଟି ପକ୍ଷରୁ ସମ୍ବଦ୍ଧ୍ୱର୍ନା ଦିଆଯାଇଛି । ସ୍ଥାନୀୟ ପବ୍ଲିକ୍ ସ୍କୁଲ ପରିସରରେ ନାଗରିକ କମିଟିର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଧନା ସଭାରେ କମିଟିର ସଦସ୍ୟଙ୍କ ଅନ୍ୟାନ୍ୟ ସହରର ବୁଦ୍ଧିଜିବୀମାନେ ଉପସ୍ଥିତ ରହି ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ଡା.ସାହୁଙ୍କ କାର୍ଯ୍ୟକଳାପକୁ ଉଚ୍ଚସ୍ତରୀୟ ପ୍ରଶଂସା କରିଥିବା ସହ ତାଙ୍କରି ବାକି ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ପରେ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଗରିକ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ସାଧାରଣ ସଂପାଦକ ସୁଧୀର କୁମାର ସାହୁ, ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଓ ପ୍ରଫୁଲ କୁମାର ପଟ୍ଟନାୟକ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତ, ସିଆରସିସି ମନୋଜ କୁମାର ତ୍ରିପାଠୀ, ଶିକ୍ଷକ ଅଜିତ୍ କୁମାର ସେଠୀ, ଅଲେଖ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନାଗରିକ କମିଟିର ସାଧାରଣ ସଂପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ