ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ପଞ୍ଜିକୃତ ସମସ୍ତ ଚାଷୀଙ୍କ ଧାନ କିଣିବା ନିମନ୍ତେ ସମୀକ୍ଷା କଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):ଚଳିତ ଖରିଫ ଋତୁ ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ଓ ଗଞ୍ଜାମ ବ୍ଲକର ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କ ସୁରୁଖୁରୁରେ ଧାନ କିପରି କିଣା ଯାଇ ପାରିବ ସେଥିନିମନ୍ତେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମଙ୍ଗଳବାର ସମୀକ୍ଷା କରିଛନ୍ତି l ଏନେଇ ସେ ଛତ୍ରପୁର ସ୍ଥିତ ଜ଼ିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି l ପ୍ରଥମ ପର୍ଯ୍ୟାୟ ରେ ଦୁଇଟି ବ୍ଲକ କୁ କେତେ କୁଇଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ଟାର୍ଗେଟ ଆସିଛି ଏବଂ ବର୍ତମାନ ସୁଦ୍ଧା କେତେ ଜଣ ଚାଷୀ ଙ୍କ ଧାନ କିଣା ଯାଇଛି ସେସମ୍ପର୍କରେ ଜ଼ିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଙ୍କ ସହ ବିଧାୟକ ଶ୍ରୀ ବେହେରା ଆଲୋଚନା କରିଛନ୍ତି l ଏହା ସହିତ ପ୍ରଥମ ପର୍ଯ୍ୟାୟ ରେ ଟୋକେନ ଈସୁ ହୋଇଥିବା ସମସ୍ତ ଚାଷୀ ମାନେ ଆସନ୍ତା ଜାନୁୟାରୀ ୨୨, ତାରିଖ ପୂର୍ବରୁ ସମସ୍ତେ ଧାନ ବିକ୍ରି କରିବା ନିମନ୍ତେ ଚାଷୀ ମାନଙ୍କୁ ବିଧାୟକ ଶ୍ରୀ ବେହେରା ଅନୁରୋଧ କରିଛନ୍ତି l ଏହି ଆଲୋଚନା ବେଳେ ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ଜୟ ରାମ ଲେଙ୍କା ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଯେ,ଚଳିତ ଖରିଫ ଋତୁ ରେ ଧାନ ବିକ୍ରି କରିବା ନିମନ୍ତେ ଛତ୍ରପୁର ବ୍ଲକର ୬୦୦୭ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ୧୪ ଗୋଟି ପ୍ରାଥମିକ ସେବା ସମବାୟ ସମିତି ଓ 7 ଟି ସ୍ୱୟଂ ସହାୟୀକା ମହିଳା ଗୋଷ୍ଠୀ କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି,ପ୍ରଥମ ପ୍ରଯ୍ୟାୟରେ ଛତ୍ରପୁର ବ୍ଲକକୁ ୧୬୧୫୦୦.୫୪୧୯ କୁଇଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ଟାର୍ଗେଟ ଆସିଛି,ସେହିପରି ଗଞ୍ଜାମ ବ୍ଲକର ୫୫୭୬ ଜଣ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ପଞ୍ଜିକରଣ କରିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ବ୍ଲକ କୁ ୧୩୫୨୭୭.୩୭୪୪ କୁଇଣ୍ଟାଲ ଧାନ କିଣିବା ନିମନ୍ତେ ଟାର୍ଗେଟ ଆସିଥିବା ବେଳେ ଚାଷୀ ମାନଙ୍କର ଧାନ ସଂଗ୍ରହ କରିବା ନିମନ୍ତେ ୧୭ଗୋଟି ପ୍ରାଥମିକ ସେବା ସମବାୟ ସମିତି ଓ ୯ ଗୋଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି l