ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜ୍ୟ ସଭାସାଂସଦଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଙ୍କୁ ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗଂଜାମ ଜିଲ୍ଲା ହେଉଛି ବିଜେଡିର ଗଡ , ଏଠାରେ ଦଳ ବହୁତ ସୁଦୃଢ ରହିଛି, ଆଗାମୀ ଦିନରେ ଦଳକୁ ଆହୁରୀ ସଂଗଠିତ କରିବା ନିମନ୍ତେ ସମସ୍ତେ ଏକ ହୋଇ କାମ କରିବାକୁ ପଡିଡ । ଏହା ସହିତ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଗତ ତ୍ରିସତରୀୟ ପଞ୍ଚାୟତ ଓ ପୈାର ନିର୍ବାଚନ ରେ ନିଜ ନିଜ ଭିତରେ ମନମାଳିନ ହୋଇ ଯାହା ସବୁ ଭୁଲ ହୋଇଛି , ତାହାକୁ ଭୁଲି ଯାଇ ଆଗାମୀ ସାଧାରଣ ନିର୍ବାଚନ ରେ ସମସ୍ତେ ଏକାଠି ହୋଇ ଏଠାରେ ମୁଖ୍ୟମନ୍ତ୍ରୀ ଯାହାକୁ ବି ବିଧାୟକ ଭାବେ ପ୍ରାର୍ଥୀ କରିବେ ତାହାକୁ ଆମେ ସମସ୍ତେ ମାନିବାକୁ ପଡିବ । ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ବିଜୁ ଜନତାଦଳର ବିଧାନସଭା ପ୍ରାର୍ଥୀଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ କରାଇଲେ ତାହା ହିଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରକୃତ ଉପହାର ହେବ ବୋଲି ରବିବାର ତାମ୍ପରା ହ୍ରଦ ଠାରେ ଆୟୋଜିତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡି ସାଂଗଠନିକ ବୈଠକରେ ରାଜ୍ୟ ସଭାସାଂସଦ ମାନସ ମଙ୍ଗରାଜ ଯୋଗଦେଇ ଦଳୀୟ କର୍ମୀ ଏବଂ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ଲୋକ ସୁବିଧା ଅସୁବିଧା ବୁଝୁଛନ୍ତି । ଏହି ପରିପ୍ରେକ୍ଷୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ଗୁହାରୀ ଶୁଣୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ୫-ଟି ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲା କୁ ଜିଲ୍ଲା କୁ ଗ୍ରସ୍ତ କରି ଅଭିଯୋଗ ଶୁଣାଣୀ କରି ଲୋକଙ୍କ ଅଭିଯୋଗ ଗୁଡିକ ସଂଗ୍ରହ କରୁଛନ୍ତି ଏବଂ ତାହାକୁ ମୁଖ୍ୟମନ୍ତ୍ରୀ ୭ଦିନ ଭିତରେ ସମାଧାନ କରୁଛନ୍ତି । ଏହିକ୍ରମେ ୫-ଟି ସଚିବ ଗଂଜାମ ଜିଲ୍ଲାକୁ ଆସନ୍ତା ୨୪,୨୫ ଓ୨୬ ତାରିଖ ରେଗ୍ରସ୍ତ କରି ଲୋକଙ୍କ ଅଭିଯୋଗ ଗୁଡିକ ନେବେ । ଆସନ୍ତା ୨୬ ତାରିଖ ଛତ୍ରପୁର ଆସିବେ । ଏଣୁ ମୋ ଓଡିଶା ନବୀନ ଓଡିଶା ଗାଇଡଲାଇନ ରୁ ବାଦ ପଡିଥିବା ବିଭିନ୍ନ ସମସ୍ୟା ଗୁଡିକ କିପରୀ ଗାଁ ଗାଁରୁ ଅଧିକ ରୁ ଅଧିକ ଲୋକମାନେ ଆସି ଗୁହାରୀ ଜଣାଇବେ ସେ ଉପରେ ମଧ୍ୟ ରାଜ୍ୟ ସଭା ସାଂସଦ କହିଥିଲେ । ଏହି ସାଂଗଠନିକ ବୈଠକକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଦଳକୁ କିପରୀ ତୃଣ ମୂଳ ସ୍ତରରେ ମଜବୁତ କରାଯିବ ସେ ସମ୍ପର୍କ ପର୍ଯ୍ୟବେକ୍ଷକ ଶ୍ରୀ ମଙ୍ଗରାଜ ୍େ‌ଯଉଁ ଗୁରୁମନ୍ତ୍ର ଦେଇଥିଲେ ତାହାକୁ କିପରୀ କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କ କହିଥିଲେ । ୀ ମାନସ ମଙ୍ଗରାଜ ବ୍ରହ୍ମପୁର ସାଂସଦୀୟ କ୍ଷେତ୍ରରେ ନିଯୁକ୍ତି ମିଳିବା ପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀକୁ ପ୍ରଥମ ଥର ଭାବେ ଗ୍ରସ୍ତ କରିଥିବାରୁ ବିଧାୟକ ଶ୍ରୀ ବେହେରା ଧନ୍ୟବାଦ ଦେଇଥିଲେ । ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମୂଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡଃ ଗୋପବନ୍ଧୁ ଦାସ, ଗଂଜାମ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଏସ.ରାଜେଶ୍ୱରୀ ଦୋରା, ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ଅମିତ୍ ମଲ୍ଲିକ ଓ ତୁମ୍ବନାଥ ପଣ୍ଡା ପ୍ରମୁଖ ଯୋଗଦେଇ ବିଜେଡି ସଂଗଠନ କିପରୀ ଅଧିକ ମଜବୁତ ସେ ସମ୍ପର୍କରେ ସମସ୍ତେ କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ଗଂଜାମ ବ୍ଲକ ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ଯୁବନେତା ବିମଳ କୁମାର ପଣ୍ଡା, ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ , ଉପସଭାପତି ଅଟ୍ଟଳବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ସଭାପତି ସନମୁଖ ପଟ୍ଟାନୟକ , ଯୁବନେତା ସହଦେବ ସାହୁ, ବୁଲୁ ସୁବୁଦ୍ଧି, ଟିକିନା ଗୈାଡ , ସୁଧୀର ପାଢି, ଅଭିରାମ ପ୍ରଧାନ ଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରମୁଖ କର୍ମୀ ଏବଂ ଆଇନଜିବୀ, ଯୁବ, ଛାତ୍ର , ମହିଳା ଏବଂ ସମସ୍ତ ବର୍ଗରଜନପ୍ରତିନୀଧୀ ମାନେ ଉପସ୍ଥିତ ଥିଲେ । ଶେଷରେ ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ