ଛତ୍ରପୁର ନୂତନ ଉପ ଜ଼ିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପ ଜ଼ିଲ୍ଲାପାଳ ଭାବେ ଶୁକ୍ରବାର ଦେବବ୍ରତ ମହନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ ସେ ମୟୁରଭଞ୍ଜ ଜ଼ିଲ୍ଲା କରଞ୍ଜା ଆଇଟିଇଡିଏ ପିଏ ଦାୟିତ୍ୱ ତୁଲାଇ ଆସୁଥିଲେ l ଆଜି ଶ୍ରୀ ମହନ୍ତ ଦାୟିତ୍ୱ ନେବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ପୂର୍ବରୁ ଛତ୍ରପୁର ଉପ ଜ଼ିଲ୍ଲାପାଳ ଦାୟିତ୍ୱରେ ଥିବା ପ୍ରସନ୍ନ କୁମାର ପାତ୍ର ଗଞ୍ଜାମ ଜ଼ିଲ୍ଲା ବ୍ରହ୍ମପୁର ସ୍ଥିତ ଆରଆଇସି ଜିଏମ ଭାବେ ବଦଳି ହୋଇଛନ୍ତି l