ଛତ୍ରପୁର ପୋଲିସର ଫ୍ଲାଗମାର୍ଚ୍ଚ

ଛତ୍ରପୁର, (ଦେବଦତ୍ତ ମହାରଣା) : ଚଳିତ ପୌର ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ର ସହ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି l ନିର୍ବାଚନକୁ ସୁରୁଖୁରରେ ସମ୍ପାଦନ କରିବା ନିମନ୍ତେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ଙ୍କ ନେତୃତ୍ୱରେ ବହୁ ପୋଲିସ କର୍ମଚାରୀ ମଙ୍ଗଳବାର ସନ୍ଧ୍ୟାରେ ରିକାପଲ୍ଲୀ ଛକ ଠାରୁ ବାହାରି ଛତ୍ରପୁର ସହର  ରେ ଫ୍ଲାଗ ମାର୍ଚ୍ଚ ଦ୍ୱାରା ସଚେତନତା କରିଛି l ଏହି ଫ୍ଲାଗମାର୍ଚ୍ଚ ରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଥାନାର ସବ ଇନସ୍ପେକ୍ଟର ସିଲୁ ଧଳ, ବିଶ୍ୱମ୍ବର କଅଁରଙ୍କ ସମେତ ବହୁ ପୋଲିସ କର୍ମଚାରୀ ସାମିଲ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ