ଛତ୍ରପୁର ପୋଲିସ ପକ୍ଷରୁ ପୋଟଲାମପୁର ଠାରେ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗ୍ରାମ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବେଆଇନ ମଦ କାରବାର, ଗୁଣି ଗାରେଡି, ଘରୋଇ ହିଂସା ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଠାରୁ କିପରି ଦୁରେଇ ରହିବ ସେଥି ନିମନ୍ତେ ଥାନାଧିକାରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ର ସହିତ ହୋଇପାରିବ ସେଥି ନିମନ୍ତେ ସଚେତନତା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ରମେଶ ବାରିକ, ସୁକାନ୍ତ ନାହାକଙ୍କ ସମେତ ଗ୍ରାମର ବହୁ ବୁଢୀଯିବି ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l


