ଛତ୍ରପୁର ପ୍ରେସ କ୍ଲବର ନୂତନ କୋଠାକୁ ଉଦଘାଟନ କଲେ କୃଷି ଓ କୃଷକ ସଶକ୍ତକରଣ ବିଭାଗ ମନ୍ତ୍ରୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ବଳିଷ୍ଠ ଚତୁର୍ଥ ସ୍ତମ୍ଭର ଆବଶ୍ଯକତା ସର୍ବଦା ରହିଛି । ଏଣୁ ସାମ୍ବାଦିକମାନେ ମଧ୍ଯ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ନିଜର ସାମାଜିକ ଦାୟିତ୍ବ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଓଡିଶା ସରକାରଙ୍କ କୃଷି, କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆହ୍ବାନ ଦେଇଛନ୍ତି। ଗୁରୁବାର ଦିନ ଛତ୍ରପୁର ପ୍ରେସ୍ କ୍ଲବର ନୂତନ କୋଠା ଉଦଘାଟନ ଅବସରରେ ସେ ଏହା କହିଛନ୍ତି। ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଏହାର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଏସପି ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ (ସାଧାରଣ) ଓ ପ୍ରିୟ ରଞ୍ଜନ ପୃଷ୍ଟି (ରାଜସ୍ବ), ପୂର୍ବତନ ଉପବାଚସ୍ପପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଏନ. ନାରାୟଣ ରେଡ୍ଡୀ,ଛତ୍ରପୁର ଏନଏସିର 9 ନଂ ୱାର୍ଡର କାଉନସିଲର ପ୍ରିତୀଛନ୍ଦା ସାମଲ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ, ପ୍ରେସ କ୍ଳବ ର ଉପଦେଷ୍ଠା ରବିନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଥିଲେ। ପ୍ରେସ କ୍ଳବ ର ସମ୍ପାଦକ ସନ୍ତୋଷ କୁମାର ପାଢୀ ବିବରଣୀ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଶ୍ରୀକାନ୍ତ ମହାନ୍ତି ସଂଯୋଜନା ଓ କାର୍ଯକାରୀ ସଦସ୍ୟ ସନ୍ତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କାଉନସିଲର ପ୍ରୀତିଛନ୍ଦା ସାମଲ,ବି ରାଜିବାବୁଙ୍କ ସମେତ ଛତ୍ରପୁରର ଖବର କାଗଜ ବିତରକ ଏବଂ ଛତ୍ରପୁର ବ୍ଳକ ଓ ଏନଏସିର ନିର୍ବାଚିତ ପ୍ରତିନିଧିମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ପ୍ରେସ କ୍ଲବର ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା ଓ ବସନ୍ତ ମହାରଣା, ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧୀର ନାହାକ, କୋଷାଧ୍ୟକ୍ଷ ସରୋଜ ସାମଲ, କାର୍ଯ୍ଯକାରୀ ସଦସ୍ଯ କ୍ଷୀରୋଦ ସାହୁ,ସନ୍ତୋଷ କୁମାର ସାହୁ, ସୁଜୟ ସୁପ୍ରକାଶ ଧଳ ଓ ଅଜିତ ସ୍ୱାଇଁ ଏବଂ ସଦସ୍ଯ କେ ସତ୍ଯ ନାରାୟଣ ରେଡ୍ଡୀ,ବିସ୍ମୟ ପ୍ରଧାନ, ଦେବବ୍ରତ ପଣ୍ଡା,ରବୀନ୍ଦ୍ର ନାହାକ,ସନ୍ତୋଷ କୁମାର ସାହୁ, ଅଶୋକ କୁମାର ବେହେରା, ଭଗବାନ ରାଉଳ,ପ୍ରଦୀପ କୁମାର ସାହୁ, ଗୌର ପ୍ରସାଦ ମହାପାତ୍ର, କିଶୋର ଚନ୍ଦ୍ର ମହାନ୍ତି, ଇଜୁ ଆମିନ ଖାନ, କେ. ରମେଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭ ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ