ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାରେ ସୋମବାର ନୂତନ ଜିଲ୍ଲାପାଳ ଭାବେ ଦିବ୍ୟ ଜ୍ୟୋତି ପରିଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ପରିଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଦାୟିତ୍ୱରେ ଥିବା ବିଜୟ ଅମୃତା କୁଲାଙ୍ଗେଙ୍କ ଭୁବନେଶ୍ୱର ବିଏମସି କମିସନର ଭାବେ ବଦଳି ହେବା ପରେ ଆଜି ଶ୍ରୀ ପରିଡା ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟ କରି ସରକାରଙ୍କ ସମସ୍ତ ଯୋଜନାକୁ ସଠିକ୍ ଭାବେ ତୁଲାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟକୁ ସମାପ୍ତ କରିବା ପାଇଁ ଚେଷ୍ଟା କରିବେ ବୋଲି ସାମ୍ବାଦିକ ମାନଙ୍କ ସହ ସାକ୍ଷାତ ବେଳେ କହିଛନ୍ତି । ଏହି ସ୍ୱାଗତ ସମ୍ବର୍ଦ୍ଧନା ବେଳେ ଛତ୍ରପୁର ପ୍ରେସ କ୍ଲବ ର ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ସଭାପତି ପ୍ରଶାନ୍ତ କୁମାର ମହାରଣା, ସମ୍ପାଦକ ସନ୍ତୋଷ କୁମାର ପାଢୀ, ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧିର କୁମାର ନାହାକ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଯୁବ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ସାହୁ, ସୁଜୟ ସୁପ୍ରକାଶ ଧଳ, ବିସ୍ମୟ ପ୍ରଧାନ , ଅଜିତ କୁମାର ସ୍ୱାଇଁ , ଦେବବ୍ରତ ପଣ୍ଡା, ରବିନ୍ଦ୍ର ନାହାକ, ଅଶୋକ କୁମାର ବେହେରା, ପ୍ରଦୀପ କୁମାର ସାହୁ ଓ ଗୌର ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


