ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ସାମ୍ବାଦିକ ଡ.ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ଶୋକଶୋଭା

ଛତ୍ରପୁର, (ଦେବଦତ୍ତ ମହାରଣା):ବିଶିଷ୍ଟ ସାମ୍ବାଦିକ ତଥା ‘ସକାଳ ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଡ଼ଃ. ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବ ର ସଭାପତି ପ୍ରଶାନ୍ତ ମହାରଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗଦେଇ ଡ଼ଃ ଜଗନ ମୋହନ ବାବୁ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିବା ସହ ଖବରକାଗଜ ମାଧ୍ୟମରେ ସେ ସବୁବେଳେ ଦକ୍ଷିଣ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ନାନାବିଧ ସମସ୍ୟାଳୁ ବିଭିନ୍ନ ସ୍ତରରେ ପଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ। ସେ ମଧ୍ୟ ସାମ୍ବାଦିକତା ପ୍ରତି ଆଗ୍ରହ ରଖୁଥିବା ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିଲେ ।ସେ ସାମ୍ବାଦିକ ମାନଙ୍କ ଭୀଷ୍ମପିତାମହ ଥିଲେ,ସାମ୍ବାଦିକତା ବ୍ୟତୀତ ଜଣେ ଉଚ୍ଚକୋଟିର ଅଭିନେତା, ନିର୍ଦ୍ଦେଶକ ଓ ଲୋକ ଭାବରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଶୋକସଭାରେ କୁହାଯାଇଥିଲା। ଏଭଳି ଅସମୟରେ ଜଗନମୋହନ ବାବୁଙ୍କ ବିୟୋଗ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରେସ କ୍ଳବ ର ବହୁ ସାମ୍ବାଦିକ ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଛତ୍ରପୁର ପ୍ରେସ କ୍ଳବ ପରିସରରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା । ଏହି ଶୋକସଭା ରେ ଛତ୍ରପୁର ପ୍ରେସ କ୍ଳବର ଉପଦେଷ୍ଠା ରବିନ୍ଦ୍ର କୁମାର ପଣ୍ଡା, ରବୀନ୍ଦ୍ର ନାଥ ପଣ୍ଡା ଓ ବସନ୍ତ କୁମାର ମହାରଣା , ଉପ ସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧୀର କୁମାର ନାହାକ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ,କାର୍ଯ୍ୟ କାରିଣୀ ସଦସ୍ୟ କ୍ଷୀରୋନ୍ଦ୍ର ଚନ୍ଦ୍ର ସାହୁ ସନ୍ତୋଷ କୁମାର ମିଶ୍ର, ଓ ସନ୍ତୋଷ କୁମାର ସାହୁ, ସାମ୍ବାଦିକ କେ ସତ୍ୟ ନାରାୟଣ ରେଡ୍ଡୀ,ଦେବବ୍ରତ ପଣ୍ଡା, ପ୍ରଦୀପ କୁମାର ସାହୁ, ସନ୍ତୋଷ କୁମାର ସାହୁ,ଗୌର ପ୍ରସାଦ ମହାପାତ୍ର,କେ. ରମେଶ,ଅମିତ ରାଉଳ, କିଶୋର ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ