ଛତ୍ରପୁର ଫୋଟଗ୍ରାଫର ଆସୋସିଏସନ ର ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ୟାଘ୍ରଦେବି ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ଫୋଟ ଗ୍ରାଫର ଆସୋସିଏସନ ର ଏକ ବୈଠକ ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ନୂତନ ସଭ୍ୟ ଭାବେ ଛତ୍ରପୁର ଏବଂ ଆଖ ପାଖ ଅଞ୍ଚଳର ବହୁ ଫୋଟ ସ୍ଟୁଡ଼ିଓ ମାଲିକ ମାନେ ରେ ଆଶୋସିସନ ରେ ସାମିଲ ହୋଇଥିଲେ l ଏହି ଅବସର ରେ କୋଭିଡ ଆକ୍ରାନ୍ତ ରେ ମୃତ୍ୟୁ ବରଣ କରିଥିବା ସୁନ୍ଦରମ ସ୍ଟୁଡ଼ିଓ ର ମାଲିକଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ସମସ୍ତ ସଭ୍ୟ ଆଶୋସିସନ ର ନିୟମ ମାନିବା ପାଇଁ ସଭାପତି ଶ୍ରୀ ସାହୁ ସଭ୍ୟ ମାନଙ୍କୁ ଅନୁରୋଧ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ଛତ୍ରପୁର ଫୋଟ ଗ୍ରାଫର ଆସୋସିଏସନ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବେ କୃଷ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ଭାବେ ଦିଲ୍ଲୀପ କୁମାର ସାମଲ, ଉପ ସଭାପତି ଭାବେ ପି. ଲଳିତ କୁମାର, ଉପଦେଷ୍ଟl ଭାବେ କାମାକ୍ଷୀ ପ୍ରସାଦ ପଣ୍ଡା, ଲୋକନାଥ ମହାରଣା ଓ ପ୍ରଶାନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ଭାବେ ସି. ହର ଗୋପାଳ ରାଓ, ଯୁଗ୍ମ ସମ୍ପାଦକ ଭାବେ ବିକ୍ରମ ବେହେରା ଓ ସହ କୋଷାଧ୍ୟକ୍ଷ ଭାବେ ଗିରିଶ ମୋହନ ରାଓ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସୁଜୟ ସୁପ୍ରକାଶ ଧଳ, ସନ୍ତୋଷ କୁମାର ସାହୁ, ଅଶୋକ କୁମାର ରଥ, ପି. ମୁରଲୀ ମୋହନ, ପି. ଗୁରେୟା ପାତ୍ର, ଉମାକାନ୍ତ ବେହେରା, ଯୋଗେଶ୍ୱର ସେଠିଙ୍କ ସମେତ ଛତ୍ରପୁର ଓ ଆଖ ପାଖ ଅଞ୍ଚଳର ବହୁ ଫୋଟ ଗ୍ରାଫର ମାଲିକ ମାନେ ଉପସ୍ଥିତ ଥିଲେ l