ଛତ୍ରପୁର ବିଜେଡି ପକ୍ଷରୁ ପୌର ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଅଧିକ ମାତ୍ରାରେ ବିଜୟୀ ହେଲା ପରେ ପୌର ନିର୍ବାଚନ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ ପାଇଛି । ପୌର ନିର୍ବାଚନ ପାଇଁ ଛତ୍ରପୁର ଏନଏସ ଅଧ୍ୟକ୍ଷ ପାଇଁ ମଧ୍ୟ ନାମ ତାଲିକା ପ୍ରକାଶ ପାଇଛି । ଏହା ସହିତ ଛତ୍ରପୁର ଏନଏସି ରେ ଥିବା ୧୪ ଟି ୱାର୍ଡ ରେ ବିଜୁ ଜନତା ଦଳର ୧୪ ଜଣ ପ୍ରାର୍ଥୀଙ୍କ ନାମ ତାଲିକାକୁ ଶନିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଘୋଷଣା କରିଛନ୍ତି । ଏହା ସହିତ ଛତ୍ରପୁର ଏନଏସି ଅଧ୍ୟକ୍ଷ ପାଇଁ ଟି. ଲକ୍ଷ୍ମୀଙ୍କ ନାମ ଘୋଷଣା ହୋଇଥିବା ବେଳେ ୧ ନମ୍ବର ୱାର୍ଡ ପାଇଁ ପି. ଜଗଦୀଶ କୁମାର, ୨ ନମ୍ବର ପାଇଁ ଆଫତାବ ହୁସେନ, ୩ ନମ୍ବର ପାଇଁ ମାମା ସେଠୀ, ୪ ନମ୍ବର ପାଇଁ ଜି. ପାପା ରାଓ, ୫ ନମ୍ବର ପାଇଁ ଡି. ଇନ୍ଦୁ, ୬ ନମ୍ବର ପାଇଁ ମମତା ପାତ୍ର, ୭ ନମ୍ବର ପାଇଁ ଏମ. ୱାଣି ସେନାପତି, ୮ ନମ୍ବର ପାଇଁ କେ. ରମେଶ ରାଓ, ୯ ନମ୍ବର ପାଇଁ ପ୍ରିତିଛନ୍ଦା ସାମଲ, ୧୦ ନମ୍ବର ପାଇଁ ଏସ. ଜଗଦୀଶ ରାଓ, ୧୧ ନମ୍ବର ପାଇଁ ସନ୍ତୋଷୀ ସେଠୀ, ୧୨ ନମ୍ବର ପାଇଁ ବି. ନିଶ୍ଚଳା, ୧୩ ନମ୍ବର ପାଇଁ ସୁମନ୍ତ କୁମାର ନାହାକ, ୧୪ ନମ୍ବର ପାଇଁ ପି. ତେଜବତୀ ରାଓଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ ଛତ୍ରପୁର ବିଧାୟକଙ୍କ ସହ ଛତ୍ରପୁର ନଗର ସଭାପତି ବି. ରାଜିବାବୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ