ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ୍ ତରଫରୁ ଜିଲ୍ଲା ସ୍ତରୀୟ ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ରେଡ କ୍ରସ ସଭାପତି ଡ଼ ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ। ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ଆଞ୍ଚଳିକ ଉପ ନିର୍ଦ୍ଦେଶକ ଡ଼ ସୁଶାନ୍ତ କୁମାର ଦାସ ଓ ପୂର୍ବତନ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ବି ଗୋବିନ୍ଦ ରାଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଚଳିତ ଶିକ୍ଷା ବର୍ଷରେ ଜିଲ୍ଲା ସ୍ତରୀୟ ଓ ମହାବିଦ୍ୟାଳୟ ସ୍ତରୀୟ ରେଡ କ୍ରୋସ କାର୍ଯ୍ୟକ୍ରମ ସୂଚାରୁ ରୁପେ ସମାପନ କରିବା ପାଇଁ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ନିଜ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୋଟ ୮୨ମହାବିଦ୍ୟାଳୟର ଶତାଧିକ ଯୁବ ରେଡ କ୍ରସ୍ ପରାମର୍ଶ ଦାତା ଓ ଅଧ୍ୟକ୍ଷ ଯୋଗ ଦେଇ ଥିଲେ। ମହାବିଦ୍ୟାଳୟ ତରଫରୁ ଜିଲ୍ଲା ରେଡକ୍ରସ ଆବାହକ ସମ୍ପାଦକ ଡ ମିଲୀମିତା ପାଢ଼ୀ ଓ ରେଡକ୍ରଷ୍ ପରାମର୍ଶଦାତା ଡ ମାନସ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ