ଛତ୍ରପୁର ବିଧାୟକଙ୍କ ଦ୍ୱାରା ମାରାଥନ ଉଦଘାଟନ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଆଜି ବିଭିନ୍ନ ପଂଚାୟତରେ ପାନୀୟ ଜଳ ପ୍ରକଳ୍ପ ସମେତ ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ ଗୁଡିକ ଉଦଘାଟିତ ହୋଇଯାଇଛି । ପ୍ରଥମେ ନରେନ୍ଦ୍ରପୁର ପଂଚାୟତରେ ପାନୀୟ ଜଳ ପ୍ରକଳ୍ପର ବିଧାୟକ ଶ୍ରୀ ବେହେରା ଉଦଘାଟନ କରିବା ପରେ ବିପୁଳିଙ୍ଗି ପଂଚାୟତର ବିପୁଳିଙ୍ଗି, କରାତଳି ଓ ତାଲାପଲ୍ଲୀ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ବିରିସିଂହ ପୀଠ ନିକଟରେ ଏକ କଲ୍ୟାଣ ମଣ୍ଡପ ଏବଂ ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଗୃହ ମଧ୍ୟ ବିଧାୟକ ଉଦଘାଟନ କରିଥିଲେ । ଅପରାହ୍ନରେ ଚମାଖଣ୍ଡି ପଂଚାୟତ ପରିସରରେ ବିଜୁ ପଂଚାୟତ ପାଠାଗାର, ମିଶନ ଶକ୍ତି ଗୃହ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବାସଭବନ, ମାର୍କେଟ କମ୍ପେ୍ଲକ୍ସ ଗୃହ ଏବଂ ସୀତାନଗର ଗ୍ରାମ ଠାରେ ଏକ କଲ୍ୟାଣ ମଣ୍ଡପର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବେହେରାଙ୍କ ସହ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନ, ବିପୁଳିଙ୍ଗି ସରପଂଚ ଟି. ନରସିଂହ ରେଡ୍ଡି, ସମିତିସଭ୍ୟ ଜୟଦେବ ଲେଙ୍କା, ନରେନ୍ଦ୍ରପୁର ସରପଂଚ ବାବୁଲା ବେହେରା ଏବଂ ୩ଟି ପଂଚାୟତର କନିଷ୍ଠ ଯନ୍ତ୍ରୀ, ପିଇଓ ଏବଂ ମିଶନ ଶକ୍ତିର ମା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭବାନୀକାନ୍ତ ସାହୁ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ବିଜେଡି ନେତା ବି. ଚନ୍ଦ୍ରମଣି ପାତ୍ର, କାଳିପଲ୍ଲୀ ସରପଂଚ ଶ୍ରୀରାମଚନ୍ଦ୍ର ବେହେରା, ପୂର୍ବତନ ସମିତିସଭ୍ୟ ସୁଶାନ୍ତ କୁମାର ସାହୁ, ଯୁବନେତା ସି.ଏଚ. ମନୋଜ ରେଡ୍ଡି, ଯୁବ ବିଜେଡିର ବ୍ଲକ ସଭାପତି କାଳିଆ ନାହାକଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।