ଛତ୍ରପୁର ବିଧାୟକଙ୍କ ନିଜସ୍ୱ କାର୍ଯ୍ୟାଳୟ ଉଦଘାଟିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) :: ସ୍ଥାନୀୟ ପିଲିବନ୍ଧ ନିକଟ ୟୁରୋ କିଡ୍ ପ୍ରି ସ୍କୁଲ ପାଶ୍ୱର୍ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ ବେହେରାଙ୍କ ନିଜସ୍ୱ କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ବେହେରା ଏବଂ ସହଧର୍ମିଣୀଙ୍କ ସହ ମିଶି କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠା ହୋମ କରିଥିଲେ । ଏହି କାର୍ଯ୍ୟାଳୟ ଖୋଲାହେବା ଦ୍ୱାରା ନିର୍ବାଚନ ମଣ୍ଡଳୀର ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ସେମାନଙ୍କର ବିଭିନ୍ନ ସମସ୍ୟା ବିଧାୟକ ଦୃଷ୍ଟି ଆକର୍ଷଣ କରିବେ । ଏହି ଉଉଘାଟନ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଟି.ଚନ୍ଦ୍ରଶେଖର ରାଓ, ବି.ରାଜୁବାବୁ, ପୂର୍ବତନ ସାଂସଦ ପ୍ରତିନିଧୀ ଜି.ପାପା ରାଓ, ସରକାରୀ ଓକିଲ ଭୈରବୀ ପଟ୍ଟନାୟକ, ଯୁବନେତା ବିମଳ ପଣ୍ଡା, ଉମାରେଡ୍ଡୀ,କଣମାଣା ସରପଞ୍ଚ ଏସ୍. ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟା ରଶ୍ମିତା ବେହେରା, ଗଂଜାମ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ଗଂଜାମ ବ୍ଲକ ବିଜେଡି ସଭାପତି ଇନ୍ଦ୍ରମଣି ଦଳାଇଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।