ଛତ୍ରପୁର ବ୍ଲକରେ କ୍ଷମତା ଏକ୍ସପ୍ରେସ୍ ଶିବିର
ଛତ୍ରପୁର,(ଯୁଗାବ୍ଦ ନୁୂ୍ୟଜ୍): ଛତ୍ରପୁର ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କ୍ଷମତା ଏକ୍ସପ୍ରେସ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ ଓ ବିଡିଓ ଅମ୍ବିକା ପ୍ରସାଦ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୂଭ୍ରାଶୁଂ ମହାରଣା ପ୍ରମୁଖ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଛତ୍ରପୁର ବ୍ଲକ ଅଧୀନରେ ଭିନ୍ନକ୍ଷମ ବ୍ୟକ୍ତି, ବୟସ୍କ, ଶିଶୁମାନଙ୍କର ଶାରୀରିକ ଅକ୍ଷମତା ନିରୂପଣ ଓ ନିଦାନ ନିମନ୍ତେ ଏହି ଶିବିର ଆୟୋଜନ ହୋଇଥିଲା । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଭୁବନେଶ୍ୱର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ସାଇନସେସ୍ ଡାକ୍ତର ରାଜେଶ କୁମାର ସାହୁ ଏବଂ ତାଙ୍କରି ଟିମ୍ ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତି, ବୟସ୍କ, ଶିଶୁମାନଙ୍କର ଶାରୀରିକ ଅକ୍ଷମତା ନିରୂପଣ ଓ ନିଦାନ କରିଥିଲେ ।


