ଛତ୍ରପୁର ବ୍ଲକରେ ଚାଷୀଙ୍କ ହିତ ନିମନ୍ତେ ଶୁଭାରମ୍ଭ ହେଲା ସଚେତନତା ରଥ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା କୃଷି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଛତ୍ରପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ଚାଷୀ ମାନଙ୍କ ହିତ ନିମନ୍ତେ ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଲି ଚାଷୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ସଚେତନ କରାଇବ । ସ୍ଥାନୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ରେ ଏହି ରଥକୁ ସହକାରୀ କୃଷି ଅଧିକାରୀ ନିରୁ ନିକୁଞ୍ଜ ନାୟକ, କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ଏଟିଏମ ଗୋପୀନାଥ ଦାଶ, ସୋନାଲି ମହାନ୍ତି ଓ ସମଦତ୍ତ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କୃଷକ ଓଡିଶା ପୋର୍ଟାଲ ରେ ଚାଷୀଙ୍କ ନାମ ପଞ୍ଜୀକରଣ କରିବା, ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଧାର୍ଯ୍ୟ ତାରିଖ ଅନୁସାରେ ଚାଷୀ ମାନେ ଅନଲାଇନ ରେ କେୱାଇସି କରିପାରିବେ ସେଥିନିମନ୍ତେ ଏହି ରଥ ମାଧ୍ୟମରେ ସଚେତନତା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ