ଛତ୍ରପୁର ବ୍ଲକର ୪ ପଂଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା): ଜିଲ୍ଲାରେ ମାସର ପ୍ରତି ଶନିବାର ପଂଚାୟତ ସ୍ତରରେ ଏବଂ ପ୍ରତି ସୋମବାର ବ୍ଲକ ସ୍ତରରେ ମୋ ନିବେଦନ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ଛତ୍ରପୁର ବିଡିଓ ବିଶ୍ୱଜିତ୍ ରାୟଙ୍କ ତତ୍ୱାବଧାନରେ କଣମଣା, ଟାଙ୍ଗଣାପଲ୍ଲୀ, ମହାନାଦପୁର ଓ ସୁନ୍ଦରପୁର ଗ୍ରାମ ପଂଚାୟତରେ ଅନଲାଇନ ରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ସାମାଜିକ ନିରାପତ୍ତା, ଖାଦ୍ୟ ସୁରକ୍ଷା, ଆବାସ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପାଣ୍ଟି ଭଳି ଜନ କଲ୍ୟାଣକାରୀ ଯୋଜନାରେ ୪ଟି ପଞ୍ଚାୟତର ହିତାଧିକାରୀ ମାନେ ଅନଲାଇନ ମାଧ୍ୟମରେ ଅଭିଯୋଗ କରିଥିଲେ । ଏହାସହ ଖାଉଟି କାର୍ଡ, ଆବାସ ଗୃହ, ବାର୍ଦ୍ଧକ୍ୟ ଭତ୍ତା ଅନ୍ୟାନ୍ୟ ଆର୍ଥିକ ସହାୟତା ପାଇଁ ମଧ୍ୟ କିଛି ହିଦାଧିକାରୀ ମାନେ ଆବେଦନ କରିଥିଲେ ।