ଛତ୍ରପୁର ବ୍ଲକର ୭ଜଣ ଶିକ୍ଷକ ରେଗୁଲାର ହେଲେ
ଛତ୍ରପୁର : ଜିଲ୍ଲାରେ ୧୫୩ଜଣ ଶିକ୍ଷକ /ଶିକ୍ଷୟତ୍ରୀ ନୀୟମିତ ଶିକ୍ଷକ ହୋଇଥିବା ବେଳେ ଛତ୍ରପୁର ବ୍ଲକର ୭ଜଣ ଶିକ୍ଷକ/ଶିକ୍ଷୟତ୍ରୀ ନୀୟମିତ ହୋଇଛନ୍ତି । ଛତ୍ରପୁର ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାର ଅବିନାଶ ଶତପଥୀଙ୍କ ତତ୍ତ୍ୱାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ ସେମାନଙ୍କୁ ରେଗୁଲାର ଆଦେଶ, ଜିଆଇସି ଏବଂ ସର୍ଭିସବୁକ୍ ଖୋଲାଯାଇଥିଲା । ରେଗୁଲାର ହୋଇଥିବା ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଏଥି ନିମନ୍ତେ ସୋମବାର ଛତ୍ରପୁର ବ୍ଲକ ଶିକ୍ଷାଅଧିକାରୀ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଏବିଇଓ ନୃସିଂହ ଚରଣ ମିଶ୍ର ଓ ସୀତାରାମ ପାତ୍ର , ଅଫିସ କିରାଣୀ ଦୁର୍ଗା ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।