ଛତ୍ରପୁର ବ୍ଲକସ୍ତରୀୟ ଜାତୀୟ କୃର୍ମି ନାଶକ ଦିବସ

ଛତ୍ରପୁର(ଯୁଗାବ୍ଦ ନ୍ୟୁଜ୍) : ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ପୁତିଗୋପାଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ କୃମିନାଶକ ଦିବସ ପାଳନ କରାଯାଇଛି । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ପିଲାମାନଙ୍କୁ କୃମିନାଶକ ବଟିବା ଖୁଆଇବା ସହିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାସହ ବିଦ୍ୟାଳୟର ପିଲାମାନଙ୍କୁ କୃମି ନାଶକ ସଂର୍ପକରେ ଆଲୋଚନା କରିଥିଲେ । ସାଧାରଣତଃ କୃମି ଯୋଗୁଁ ପିଲାମାନଙ୍କ ରକ୍ତହୀନତା, ଅପପୃଷ୍ଟି ଓ ମେଧା ଶକ୍ତିର ହ୍ରାସ ପାଇଥାଏ । ଏହାକୁ ରୋକିବା ପାଇଁ ଜାତୀୟ ସ୍ତରରେ କୃମିନାଶକ ଦିବସ ପାଳନ କରାଯାଇଥାଏ । ଏକ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ବାଧ୍ୟତା ମୂଳକ ଏହି ଔଷଧ ସେବନ କରିବା ପାଇଁ ହୋଇଥାଏ । ଅଗଷ୍ଟ ମାସ ୮ ଓ ୧୬ ତାରିଖ ଦୁଇ ଦିନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛତ୍ରପୁର ବ୍ଲକ୍ ତରଫରୁ ୩୩ହଜାର ପିଲାଙ୍କୁ ଔଷଧ ସେବନ କରିବାକୁ ସାମିଲ୍ କରାଯାଇଛି । ଏହି ଔଷଧ ସେବନ ଦ୍ୱାରା କୌଣସି ପାଶ୍ୱକ୍ରିୟା ନଥାଏ, ଏଣୁ ଏହାକୁ ନେଇ ସଙ୍କା କରିବା ଉଚିତ ନୁହେଁ ବୋଲି ଛତ୍ରପୁର ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ୍ ଅ୍ଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡି, ସିଡ଼ିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର ଏବିଇଓ ସୀତାରାମ ପାତ୍ର ଓ ନୃସିଂହ ଚରଣ ମିଶ୍ର, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଫିସର ଏ. ତନୁଜା, ପିଏଚଇଓ ବରୁଣ କୁମାର ପାଣିଗ୍ରାହୀ, ବିପିଏମ ସିମାଂଚଳ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏନ. ରାଜେଶ୍ୱରୀ ରେଡ୍ଡି, ପୂର୍ବତନ କାଉନସିଲର ବିି. ରାଜୁବାବୁ, ସମାଜସେବୀ ଶ୍ରୀକାନ୍ତ ମହାନ୍ତି, ସୁପରଭାଇଜର ପୁର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଜାତୀୟ କୃମିନାଶକ ଦିବସ ଉପରେ ଆଲୋକପାତ କରିିଥିଲେ । ଛତ୍ରପୁର ବ୍ଲକର ୧୬୯ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ୨୩୯ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ କୃମିନାଶକ ବଟିବା ସେବନ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ପିଏଚଇଓ ବରୁଣ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଶେଷରେ ପୂର୍ବତନ କାଉନସିଲ ବି. ରାଜୁ ବାବୁ ବିଦ୍ୟାଳୟକୁ ୨ଟି ପଙ୍ଖା ବିଧାୟକ ଶ୍ରୀ ବେହେରାଙ୍କ ଦ୍ୱାରା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ