ଛତ୍ରପୁର ବ୍ଲକସ୍ତରୀୟ ମେଗା ସମନ୍ୱୟ ମେଳା ୫୦୬ଗ୍ରୁପକୁ ୮କୋଟି ଏକାବନ ଲକ୍ଷ ୨୯ହଜାର ଋଣ ମଂଜୁର
ଛତ୍ରପୁର,(ଦେବଦତ୍ତ ମହାରଣା): ଏବେ ଗ୍ରାମାଂଚଳ ର ମହିଳା ମାନେ ଘରର ରୋଷେଇ ଘରରେ ସିିମିତ ନୁହଁନ୍ତି । ନିଜ ଘର କାମ ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ୱାବଲମ୍ବୀ ହେବା ସହ ଭଲ ଦି ପଇସା ଅର୍ଜନ କରୁଛନ୍ତି । ପ୍ରତି ଗ୍ରାମରେ ଗଠନ ହୋଇଛି ମହିଳା ସଂୟଂ ସହାୟିକା ଗୋଷ୍ଠି । ଆଉ ଏହି ମହିଳା ଗୋଷ୍ଠି ମାନଙ୍କୁ ଆଉ ଦୁଇ ପାଦ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଓ ଓଡିଶା ଯିବିକା ମିଶନ୍ ସଦା ସର୍ବଦା ପ୍ରୋତ୍ସାହନ ଦେଇ ଆସୁଛି । ଏହି ଅବସରରେ ଛତ୍ରପୁର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଓ ଓଡିଶା ଯିବିକା ମିଶନ୍ ର ମିଳିତ ଆନୁକୁଲ୍ୟରେ ଗୁରୁବାର ଏକ ବ୍ଲକ ସ୍ତରୀୟ ମେଗା ସମ୍ମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକର ୫୦୬ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ (ଏସଏଚଜି) ୮ କୋଟି ୫୧ ଲକ୍ଷ୍ୟ ୨୯ ହଜାର ଟଙ୍କା ରଣ ପ୍ରଦାନ ପାଇଁ ମଞ୍ଜୁର ହୋଇଛି । ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସଏଚଜି ଗ୍ରୁପର ମହିଳା ମାନଙ୍କୁ ରୁଣ ପ୍ରଦାନ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍ . ଧନଞ୍ଜୟ ରେଡ୍ଡି,ସିଡିପିଓ କ୍ରିଷ୍ଣା କୁମାରି ନନ୍ଦ , ଓଡିଶା ଜିବିକା ମିଶନ୍ ର ବ୍ଲକ ପ୍ରକଳ୍ପ ପରିଚାଳିକା ମାନିନି ଜେନାଙ୍କ ସମେତ ଏସଏଚଜି ଗ୍ରୁପ ର ମହିଳା ଓ ବ୍ୟାଙ୍କର ଶାଖା ପରିଚାଳକ ମାନେ ଉପସ୍ଥିତ ଥିଲେ । ଛତ୍ରପୁର ବ୍ଲକ ୨୦ଟି ବ୍ୟାଙ୍କ ପକ୍ଷରୁ ଏହି ରୁଣ ପ୍ରଦାନ କରାଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଏସଏଚଜି ଗ୍ରୁପ୍ ର ମାଆ ମାନେ ଏସଏଚଜି ଗ୍ରୁପ ର ମାଆ ମାନେ ଆଚାର,ପାମ୍ପଡ,ପୋଶାକ,ଘରେ ସଜାଡିବା ନିମନ୍ତେ ନଡିଆ କତାରେ ପ୍ରସ୍ତୁତ କଣ୍ଡେଇ , ଜୈବିକ ମାଧ୍ୟମରେ ପନିପରିବା ଚାଷ ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହି ଟଙ୍କା ପାଇ ଅିକ ଉତ୍ପାଦନ କରିବେ ବୋଲି ମହିଳା ମାନେ ଆଶା ରଖିଛନ୍ତି ।