ଛତ୍ରପୁର ବ୍ଲକସ୍ତରୀୟ ମେଗା ସମନ୍ୱୟ ମେଳା ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା): ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ରୋଜଗାର କ୍ଷମ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ କୁ ଋଣ ପ୍ରଦାନ କରାଯାଇଛି। ଏହା ଦ୍ବାରା ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରୁଛି। ଏହି ଅବସରରେ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷ ରେ ଛତ୍ରପୁର ପଞ୍ଚାୟତ ସମିତି ଦ୍ୱାରା ଆୟୋଜିତ ଓଡ଼ିଶା ଜୀବିକା ମିଶନ ଓ ମିଶନ୍ ଶକ୍ତି ଆନୁକୁଲ୍ୟରେ ଏକ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ଛତ୍ରପୁର ବ୍ଲକର ୩୫୯ ସ୍ୱୟଂ ସହାୟିକା ଗୋଷ୍ଠୀ କୁ ମୋଟ ୧୦ କୋଟି ୨୪ ଲକ୍ଷ ୬୦ ହଜାର ଟଙ୍କା ବିଭିନ୍ନ ବ୍ୟାଙ୍କ ର ସହାୟତା ରେ ୠଣ ପ୍ରଦାନ କରାଯାଇଥିଲା। ଯଥା ଶୀଘ୍ର ଗଞ୍ଜାମ ଜିଲ୍ଲାର ମହିଳାଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟକୁ ମାର୍କେଟିଂ କରାଯିବା ପାଇଁ ବିଭିନ୍ନ ପ୍ରକଳ୍ପ କରାଯାଇଛି ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି l ଏଥିରେ ଅନ୍ୟତମ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ଏବଂ ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମକୁ ବିପିଏମ ମାନିନୀ ଜେନା ପରିଚାଳନା କରିବା ସହ ସଭା ଶେଷରେ ଅତିଥି ,ବ୍ୟାଙ୍କ ଅଧିକାରୀ ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସମେତ ସମସ୍ତ ଏମବିକେ ,ବ୍ୟାଙ୍କମିତ୍ର ,ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ