ବ୍ଲକ୍ ର ୧୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଅନୁଧ୍ୟାନ କଲେ ବିଡିଓ

ଛତ୍ରପୁର : ଛତ୍ରପୁର ବ୍ଲକ୍ ର ୧୮ଟି ପଂଚାୟତରେ ୧୮ଟି ସ୍ୱାସ୍ଥ୍ୟ ସେବା କେନ୍ଦ୍ର କରୋନା ଆକ୍ରାନ୍ତଙ୍କ ପାଇଁ ଖୋଲାଯାଇଛି । ପଂଚାୟତ ବିଭିନ୍ନ ସ୍କୁଲରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଏଥିରେ ସମସ୍ତ ପ୍ରକାର ସୁବିଧା କରାଯାଇଛି । ପାନୀୟ ଜଳଠାରୁ ଆରମ୍ଭ କରି ବିଦ୍ୟୁତ୍‌, ପାଇଖାନା ଓ ସଫାସୁତରା ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ସାମଗ୍ରୀ ରଖାଯାଇଛି । ପଂଚାୟତରେ ସରପଂଚ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ବିଦ୍ୟାଳୟର ଶିକ୍ଷକମାନେ ଏହି ଦାୟିତ୍ୱରେ ରହିଛନ୍ତି । ଯେକୌଣସି ବ୍ୟକ୍ତି ଅସୁସ୍ଥ ଅନୁଭବ କରନ୍ତି ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇ ସେମାନଙ୍କର ସେବା କରାଯିବ । ଏନେଇ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୁଲି ସମସ୍ତ ସୁବିଧା ସୁଯୋଗ ଅଛି କି ନାହିଁ ବୋଲି ଅନୁଧ୍ୟାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ