ଛତ୍ରପୁର ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସଂଘର ବୈଠକ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକର ରଘୁନାଥପୁର ସ୍କୁଲ ଠାରେ ବ୍ଲକର ସମସ୍ତ ଶିକ୍ଷକ ମାନଙ୍କୁ ନେଇ ଏଲିମେଣ୍ଟାରୀ ଶିକ୍ଷକ ସଂଘ ଗଠନ ହୋଇଯାଇଛି । ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକମାନ ବୃଦ୍ଧି କରିବା କରୋନା ମହାମାରୀ ଭଳି ଦୁର୍ଦ୍ଦିନରେ ଶିକ୍ଷାର୍ଥୀଙ୍କ ପାଇଁ ବିକଳ୍ପ ଶିକ୍ଷା ସୁଯୋଗ ସୃଷ୍ଟି କରିବା, ସମସ୍ତ ବର୍ଗର ଶିକ୍ଷକଙ୍କ ସ୍ୱାଭିମାନ ରକ୍ଷା ପୂର୍ବକ ଏକତା ରକ୍ଷା, ସମସ୍ତ ଶିକ୍ଷାୟତନ ମଧ୍ୟରେ ଏକ ଉନ୍ନତ ଶୈଖିକ ବାତାବରଣ ପ୍ରତିଷ୍ଠା ଏବଂ ଶିକ୍ଷା ବିଭାଗ କାର୍ଯ୍ୟାଳୟ ଓ ପ୍ରଶାସନ ସହ ଉତ୍ତମ ବୁଝାମୁଣା ସୃଷ୍ଟି ପୂର୍ବକ ସମୂହ ଶିକ୍ଷକଙ୍କୁ ଉଚିତ୍ ନ୍ୟାୟ ଓ ଉନ୍ନତ ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ବ୍ଲକରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ଏହି ସଂଘ ଗଠନ ହୋଇଯାଇଛି । ଛତ୍ରପୁର ବ୍ଲକ ରଘୁନାଥପୁର ଗ୍ରାମ ସ୍କୁଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସଂଘର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ, ସାମ୍ବାଦିକ ବସନ୍ତ କୁମାର ମହାରଣାଙ୍କୁ ନେଇ ଉପଦେଷ୍ଟା ମଣ୍ଡଳୀ ଭାବେ ଗଠିତ ହୋଇଥିବା ସଂଘର ସଠିକ୍ ପରିଚାଳନା ନିମନ୍ତେ ସଭାପତି ଭାବେ ପଞ୍ଚାନନ ତ୍ରିପାଠୀଙ୍କୁ, କାର୍ଯ୍ୟକାରୀ ସଭାପତି ଭାବେ ଜିତେନ୍ଦ୍ର ନାଥ ପଟ୍ଟନାୟକ ଓ ଚନ୍ଦ୍ରଶେଖର ପ୍ରଧାନ, ଉପସଭାପତି ଚିତ୍ରସେନ ବେହେରା ଓ ଜନାର୍ଦ୍ଦନ ଶତପଥୀ, ସାଧାରଣ ସଂପାଦକ ରୀତା ରଥ, ସଂଗଠନ ସଂପାଦକ ଭାବେ ସିମାଞ୍ଚଳ ଗୌଡ, ତ୍ରିନାଥ ସାହୁ, ମନୋଜ କୁମାର ତ୍ରିପାଠୀ, ନିଳାଞ୍ଚଳ ପଣ୍ଡା ଓ ମାଗୁଣୀ ଶତପଥୀ, ଯୁଗ୍ମ ସଂପାଦକ ଗିତାଞ୍ଜଳୀ ତ୍ରିପାଠୀ, କୋଷାଧ୍ୟକ୍ଷ ଧବଳେଶ୍ୱର ସେଠୀ, ସଂଗଠନର ଜିଲ୍ଲା ବୋର୍ଡ ସଦସ୍ୟ ଭାବେ ରବିନାରାୟଣ ବେହେରା, ହେମନ୍ତ କୁମାର ସୁବୁଦ୍ଧି, ଅଜିତ୍ କୁମାର ସେଠୀ ଓ ରଞ୍ଜନ କୁମାର ବେହେରାଙ୍କୁ ଚୟନ କରାଯାଇଥିଲା । ସେହିପରି ବ୍ଲକର ୧୩ଟି ଜୋନ୍ ପାଇଁ ହରିରାମ ରାଉଳ, ମହେଶ୍ୱର ବେହେରା, ସୌମିତ୍ର ରଞ୍ଜନ ବାହାଲିଆ, କୈଳାସ ଚନ୍ଦ୍ର ପଣ୍ଡା, ସୁବାସ ଚନ୍ଦ୍ର ମଲ୍ଲିକ, ରଞ୍ଜିତା ଦାଶ, ରଘୁନାଥ ପ୍ରଧାନ, ଜ୍ୟୋସ୍ନା ସାହୁ, ନିରଞ୍ଜନ ପ୍ରଧାନ, ଉଷାରାଣୀ ପାତ୍ର, ତପସ୍ପିନୀ ବେହେରା, ମଧୁସ୍ମିତା ଜେନା ଓ ମନୋରଞ୍ଜନ ପଲେଇଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭବେ ମନୋନୀତ କରାଯାଇଥିଲା ।