ଛତ୍ରପୁର ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସଂଘର ବୈଠକ ; ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଚମାଖଣ୍ଡି ସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ବ୍ଲକର ଏଲିମେଣ୍ଟାରୀ ଶିକ୍ଷକ ସଂଘର ଏକ ବୈଠକ ସଭାପତି ପଂଚାନନ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ଉପଦେଷ୍ଠା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ, ଶିକ୍ଷକ ନେତା ସୋମନାଥ ସାହୁ, ସାମ୍ବାଦିକ ବସନ୍ତ କୁମାର ମହାରଣା, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଚନ୍ଦ୍ର ଶେଖର ପ୍ରଧାନ, ସମ୍ପାଦିକା ରିତା ରଥ, ମନୋଜ କୁମାର ତ୍ରିପାଠୀ, ତ୍ରିନାଥ ସାହୁ, ସିମାଂଚଳ ଗୌଡ, ହେମନ୍ତ କୁମାର ସୁବୁଦ୍ଧି, ଅଜିତ୍ କୁମାର ସେଠୀ, ମାଗୁଣି ଶତପଥି, ରବିନାରାୟଣ ବେହେରା, ଜେ. କୁର୍ମା ରାଓ, ରଞ୍ଜନ କୁମାର ବେହେରାଙ୍କ ସମେତ ସଂଘର ବହୁ ସଦସ୍ୟ ମାନେ ଯୋଗ ଦେଇ ସଂଘର ସାଙ୍ଗଠନିକ କାର୍ଯ୍ୟଧାରାକୁ ସୁଦୃଢ ଓ ସମୃଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଶେଷରେ ପଂଚାନନ ତ୍ରିପାଠୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଦନା ମଧ୍ୟ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ