ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାଂଗଠନିକ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ର ଏକ ସାଂଗଠନିକ ବୈଠକ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାଶଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଆନ୍ଦୋଳନ ପରିପ୍ରେକ୍ଷୀରେ ସମସ୍ତ ଏନପିଏସ ଶିକ୍ଷକ ଯୋଗଦାନକୁ ଭୁୟସୀ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ର ନୂତନ କର୍ମକର୍ତ୍ତାକୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି ଚୟନ ପ୍ରକ୍ରିୟାରେ ବ୍ଲକର ବରିଷ୍ଠ ଶିକ୍ଷକ ପଂଚାନନ ରଥ, କୈଳାଶ ଚନ୍ଦ୍ର ବେହେରା, ଏଲିମେଣ୍ଟାରୀ ଶିକ୍ଷକ ସଂଘ ର ସଭାପତି ରାଜେନ୍ଦ୍ର କୁମାର ବେହେର. ସମ୍ପାଦକ ଲକ୍ଷ୍ମୀ ନାରାୟଣ ବେହେରା ଓ ଏକ୍ସ କ୍ୟାଡର ସଂଘର ଜିଲ୍ଲା ସଭାପତି ବିଷ୍ଣୁ ନାରାୟଣ ପଣ୍ଡା ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ସମ୍ପାଦନ କରି ଶପଥ ପାଠ କରାଇଥିଲେ । ଛତ୍ରପୁର ବ୍ଲକ ପ୍ରାଥମିକ ସଂଘ (ଏନପିଏସ)ର ସଭାପତି ଭାବେ କୃଷ୍ଣ ଚନ୍ଦ୍ର ଦାଶ, ଉପସଭାପତି ଭାବେ ପୀତାମ୍ବର ବେହେରା ଓ ଜୋସ୍ନାରାଣୀ ସେଠୀ, ସମ୍ପାଦକ ଭାବେ ମନୋଜ କୁମାର ତ୍ରିପାଠୀ, ସାଂଗଠନିକ ସମ୍ପାଦକ ଭାବେ ମନୋରଞ୍ଜନ ପଲାଇ, ଯୁଗ୍ମ ସମ୍ପାଦକ ଭାବେ ରୀନା ରାଣୀ ମହାନ୍ତି ଓ ଆର୍ ଶିବାଜୀ ରେଡ୍ଡୀ, କୋଷାଧ୍ୟକ୍ଷ ଭାବେ ଶିବ ଶଙ୍କର ଗୌଡ, ମିଡିଆ କୋର୍ଡିନେଟର ଭାବେ ବିଭୁଦତ୍ତ ଶତପଥି ଓ ନିର୍ମଳ ଚନ୍ଦ୍ର ଗୌଡ, ଅଡିଟର ଭାବେ ଅରୁଣାଂଚଳ ବେହେରା ଓ ସ୍ଥିତପ୍ରଜ୍ଞା ହୋତା ଏବଂ ଉପଦେଷ୍ଟା ଭାବେ ରବି ନାରାୟଣ ଦାଶ, ପ୍ରଦୀପ କୁମାର ପ୍ରଧାନ, ସି ଏଚ୍. କିରଣ କୁମାର, ରୀତା ରଥ, ତ୍ରିନାଥ ସାହୁ, ଉଷାରାଣୀ ପାତ୍ର, ଦିଲ୍ଲୀପ କୁମାର ପଲାଇ ଓ ଆଇନ ପରାମର୍ଶ ଦାତା ଭାବେ ସଞ୍ଜୟ କୁମାର ବେହେରାଙ୍କୁ ମନୋନୀତ କରାଯାଇଛି । ସେହିପରି ବ୍ଲକର ୧୩ ଜଣ କ୍ଲଷ୍ଟର କୋର୍ଡିନେଟରଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଶେଷରେ ନବ ନିର୍ବାଚିତ ସମ୍ପାଦକ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।